ସ୍ତ୍ରୀକୁ ନିର୍ଯାତନା ଦେବା ଅଭିଯୋଗରେ ସ୍ୱାମୀ ଗିରଫ

ନବରଙ୍ଗପୁର ( କୋଶଳ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଜଟିଆଗୁଡା ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ନିର୍ଯ୍ୟାତନା ଦେବା ଅଭିଯୋଗ ରେ କୋଡ଼ିଙ୍ଗା ପୁଲିସ ସ୍ବାମୀ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ତାରାଗାଁ ଗ୍ରାମର ବାସନ୍ତୀ କଲାର ଙ୍କୁ ଜଟିଆଗୁଡା ଗ୍ରାମର ଧର୍ମେନ୍ଦ୍ର ଗାଣ୍ଡା ଗତ ୩ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହର ୫ ମାସ ପରେ ସ୍ବାମୀ ଧର୍ମେନ୍ଦ୍ର, ଶାଶୁ ଉର୍ମିଳା ଓ ଦିଅର ବବି ପ୍ରମୁଖ ବାସନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ଓ ବାପା ଘରୁ ବାଇକ, ସୁନା ଓ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । ବାସନ୍ତି ଏଭଳି ନିର୍ଯ୍ୟାତନା ସହିନପାରି ଗତ ବର୍ଷ ତାରାଗାଁ ନିଜ ବାପା ଘରକୁ ଚାଲିଯାଇଥିଲେ । ଗତ ଏକ ବର୍ଷରୁ ଉଭୟ ପକ୍ଷରୁ ସମାଧାନ ପାଇଁ ବହୁବାର ଉଦ୍ୟମ କରିଥିଲେ ମଧ୍ୟ ସମାଧାନ ର ବାଟ ବାହାରି ନଥିଲା । ଅନ୍ୟ ପଟେ ଧର୍ମେନ୍ଦ୍ର ଦ୍ବିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ନଦେଇ କୌଣସି ସମାଧାନ ନକରି ସ୍ବାମୀ ଦ୍ୱିତୀୟ ବିବାହ କରିବା ଜାଣି ବାସନ୍ତି କୋଡ଼ିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ବାସନ୍ତିଙ୍କ ଏତଲା ଆଧାରରେ କୋଡ଼ିଙ୍ଗା ଥାନାରେ ପୁଲିସ କେସ ନମ୍ବର ୧୧୩/୨୧ ପ୍ରକାରେ ଦଫା 498(A) / 494 / 34 IPC, RW Sec 4 D. P. Act ଭଳି ମାମଲା ରୁଜୁ କରି ସ୍ବାମୀ ଧର୍ମେନ୍ଦ୍ର ଗାଣ୍ଡା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୋଡ଼ିଙ୍ଗା ଥାନା ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment