ବେଆଇନ ବାଲି ଡମ୍ପିଙ୍ଗ, ସବୁ ଜାଣି ନୀରବଦ୍ରଷ୍ଠା ସାଜିଛି ପ୍ରଶାସନ

ନବରଙ୍ଗପୁର :-ସବୁ ଜାଣି ଚୁପ ରହୁଛି ପ୍ରଶାସନ । କେବଳ ବର୍ଷରେ ଥରେ ଅଧେ ଅଳ୍ପ ଆଖିଦୂଷିଆ ଜରିମାନା ଆଦାୟ କରିଦେଇ ପାରିବା ପଣିଆ ଦେଖେଇ ଖୁସ ପ୍ରଶାସନ । ଅନ୍ୟପଟେ ବାର୍ଷିକ ହାରାହାରି କୋଟି କୋଟି ଟଙ୍କାର ବାଲି ବାଲି ମାଫିଆମାନେ ସକ୍ରିୟ ରହି ବେଇଆନ ଭାବେ ସୌରାତରୁ ବାଲି ଉଠାଇ ଡମ୍ପିଙ୍ଗକରି ପୋଡଶୀ ଛତିଶଗଡ, ଉମରକୋଟ ପ୍ରଭୃତି ଅଞ୍ଚଳକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲ ଅନ୍ତର୍ଗତ ବାଙ୍କୁଲିଠାରେ । କୋଟାଗାଁ ରାଜସ୍ୱ ସର୍କଲର ଆଟିଗାଁ ସଦର ପଞ୍ଚାୟତ, ଗୋଟିବେଡାରେ ଥିବା ଭାସ୍କେଲ ନଦୀ, ସୌରାତରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ବାଲି ଆଣି ବାଙ୍କଲି ଗ୍ରାମର ଶେଷ ଭାଗରେ ଡମ୍ପିଙ୍ଗ କରାଯାଉଛି । ପରବର୍ତୀ ପର୍ଯ୍ୟାୟରେ ଉକ୍ତ ବାଲିକୁ ଟିପ୍ପର ଯୋଗେ ଉମରକୋଟ, ପୋଡଶୀ ଛତିଶଗଡ ବସ୍ତର ଜିଲ୍ଲାରେ ହଜାର ହଜାର ଟଙ୍କାର ରାଜସ୍ୱ ଫାଙ୍କି ବାଲି ମାଫିଆମାନେ ବିକ୍ରି କରି ନିଜେ ମାଲାମାଲ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଆମେ କୋଟାଗାଁ ରାଜସ୍ୱ ନିରିକ୍ଷକ କେମରାଜ ପୂଜାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ “ବେଆଇନ ବାଲି ଡମ୍ପିଙ୍ଗ ନେଇ କୋଡିଙ୍ଗା ତହସିଲ ଠାରେ ଏକ ରିପୋର୍ଟ ପ୍ରଦାନ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ଜୋରିମାନା ଆଦାୟ କରାଯିବ” । ତେବେ ବିଭାଗୀୟ ଅଧିକାରୀ ମାନେ ବାଲି ମାଫିଆଙ୍କ ହାତ ବାରିଶି ସାଜି ମାଫିଆଙ୍କ ପ୍ରତି କୋହଳ ମନଭାବ ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହୋରାଉଥିବା ବେଳେ ମାଫିଆ ଓ ବିଭାଗୀୟ ଅଧିକାରୀ ମାଲାମାଲ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଅଛି ।

Comments (0)
Add Comment