ଅକ୍ଷୟ ତୃତୀୟା ରେ କୃଷକମାନେ ଶୁଭାରମ୍ଭ କଲେ କୃଷି କାର୍ଯ୍ୟ

ନବରଙ୍ଗପୁର ଜିଲ୍ଲା ରେ ଖରିଫ୍ ଋତୁ ପାଇଁ ପବିତ୍ର ଅକ୍ଷୟ ତୃତୀୟା ରୁ ଚାଷୀମାନେ ପାରମ୍ପରିକ ରୀତିନୀତି ରେ ଅକ୍ଷୟ ମୁଠି ଅନୁକୂଳ କରି ଶୁଭାରମ୍ଭ କଲେ କୃଷି କାର୍ଯ୍ୟ। ପ୍ରତ୍ୟୁଷରୁ ନିଜ ନିଜ ଚାଷ ଜମିକୁ ଯାଇ ଚାଷୀମାନେ ପୂଜାର୍ଚ୍ଚନା କରି ଉନ୍ନତ ଫସଲ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଡାବୁଗାଁ କୃଷି ଫାର୍ମ ରେ ମଧ୍ୟ କରନା କଟକଣା ଯୋଗୁଁ ନିରାଡାମ୍ବର ଭାବରେ ପୂଜାର୍ଚ୍ଚନା କରାଯାଇଥିଲା। ନବନିର୍ମିତ ରାଷ୍ଟ୍ରବାଦୀ କୃଷକ ମହାସଂଘ ର ପ୍ରତିଷ୍ଠାତା ଶ୍ରୀ ଜୟନ୍ତ କୁମାର ପାତ୍ର ଏହି ଅବସରରେ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଅକ୍ଷୟ ତୃତୀୟା ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ ରାଜ୍ୟ ସରକାର ଙ୍କୁ ଏହି ମୁହୂର୍ତ୍ତ ରେ ସ୍ବତନ୍ତ୍ର ପେକଜ୍ କୃଷକ ମାନଙ୍କୁ ଦେବା ପାଇଁ ଦାବି କରିଛନ୍ତି। ଆଗକୁ ଚାଷୀ କାର୍ଯ୍ୟ ରେ କୃଷକମାନେ ଘରୁ ବାହାରକୁ ଯିବା ପାଇଁ ବାଧ୍ୟ ହୋଇ ପାରନ୍ତି ଏବଂ କରନା ସଂକ୍ରମଣ ର ଭୟ ଅଧିକ ଥିବା ଯୋଗୁଁ ରାଜ୍ୟ ସରକାର ଚାଷୀମାନଙ୍କ ଜୀବନ ରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ସଂପୂର୍ଣ୍ଣ ମାଗଣା ରେ ବିହନ ଯୋଗାଇ ଦିଅନ୍ତୁ, ସାର୍ ଓ କୀଟନାଶକ ଔଷଧ ରେ ପୂର୍ବରୁ ଅଧିକ ସବ୍ସିଡି ଦିଆଯାଉ ଏବଂ ଠକ୍ ଦରରେ ଚାଷ ସାମଗ୍ରୀ ବର୍ତ୍ତମାନ ଠାରୁ ହିଁ ଉପଲବ୍ଧ କରାନ୍ତୁ ବୋଲି ସେ ଆଗ୍ରହ ପ୍ରକାଶ କରିଛନ୍ତି। ଜିଲ୍ଲା ରେ ନବନିର୍ମିତ ରାଷ୍ଟ୍ରବାଦୀ କୃଷକ ମହାସଂଘ ର ଗଠନ କୁ ବିଭିନ୍ନ ସଂଗଠନ ସ୍ବାଗତ କରିଛନ୍ତି। ସମସ୍ତ କୃଷକ ସଂଗଠନ ଗୁଡ଼ିକ ସଂଘବଦ୍ଧ ହୋଇ ମିଳିତ ଭାବେ ଚାଷୀ ମାନଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ଆଗ୍ରହ ପ୍ରକାଶ କରିଛନ୍ତି।

Comments (0)
Add Comment