ଡ଼ଙ୍ଗରିଗୁଡା ପଞ୍ଚାୟତରେ ସାଂସଦ ଏବଂ ବିଧାୟକଙ୍କ ଉପସ୍ଥିତି ରେ ୫୬ ଜଣଙ୍କୁ ଭତା ବଣ୍ଟନ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ଡ଼ଙ୍ଗରିଗୁଡା ପଞ୍ଚାୟତ ଅଫିସ ପରିସର ମଧ୍ୟରେ ସାଂସଦ ଏବଂ ବିଧାୟକଙ୍କ ଉପସ୍ଥିତି ରେ ୫୬ ଜଣଙ୍କୁ ଭତା ବଣ୍ଟନ କରାଯାଇଥିଲା ।ଏହି ଅବସରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ଡାବୁଗାଁ ବିଧ୍ୟାୟକ ମୋନହର ରନ୍ଧାରୀ ସଂମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଡାବୁଗାଁ ବ୍ଲକ ଚାଇରମେନ ବଂଶୀଧର ମାଝୀ, ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର , କଷାଗୁମଡା ବ୍ଲକ୍ରର ବାରିଷ୍ଟ ବିଜେଡି ନେତା ବଦ୍ରିନାରାୟନ ସଂ, ଏମ. ଆପା ରାଓ ଏବଂ ଡାଙ୍ଗାରିଗୁଡା ପଞ୍ଚାୟର ସରପଞ୍ଚ ଅ,ସମିତିସଭ୍ୟା ଏବଂ ପଞ୍ଚାୟତ ର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment