ଦୃଘଟଣା ରେ ମୃତ୍ୟୁ ଖବର ପାଇ ଡାବୁଗାଁ ଅଞ୍ଚଳ ରେ ଶୋକାକୁଳ ପରିବେଶ

କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ଡାବୁଗାଁ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଙ୍କ ଦୁର୍ଘଟଣା ରେ ମୃତ୍ୟୁ ର ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଯୋଗ୍ୟ ଡାବୁଗାଁ ର ସତ୍ୟଜିତ ମାଦଳା(ଜିତୁ) ,ସତ୍ୟଜିତ ଙ୍କ ବାପା ରାମେଶ୍ୱର ମାଦଳା , ଡାବୁଗାଁ ଏସ ବି ଆଇ ବି.ଏମ ରାକେଶ କୁମାର ହେମ୍ବ୍ରମ ଏବଂ ଡ୍ରାଇଭର ଏକ ଇନୋଭା ଯୋଗେ ଡାବୁଗାଁ ରୁ ଭୁବନେଶ୍ୱର କୌଣସି କାର୍ଯ୍ୟ ପାଇଁ ଯାଉଥିଲେ । ଯିବା ବାଟରେ ବଲାଙ୍ଗୀର ପାଖରେ ମର୍ମନ୍ତୁତ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ରେ ଘଟଣା ସ୍ଥଳରେ ଡାବୁଗାଁ ର ସତ୍ୟଜିତ ଓ ରାକେଶ ମୃତ୍ୟୁ ବରଣ କରିଥିବା ଜଣାପଡିଛି ଓ ପଛରେ ବସିଥିବା ସତ୍ୟଜିତ ଙ୍କ ବାପା ଓ ସାଙ୍ଗରେ ଥିବା ଡ୍ରାଇଭର ଗୁରୁତର ଥିବା ସୂଚନା ମିଳିଛି ।

ଗୁରୁତର ଥିବା ସତ୍ୟଜିତ ଙ୍କ ବାପା ଚିକିତ୍ସିତ ଥିବାବେଳେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏନେଇ ଡାବୁଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସତ୍ୟଜିତ (ଜିତୁ) ଜଣେ ଉତ୍ତମ ମାନବସମ୍ପନ ବ୍ୟକ୍ତି ତଥା ସକାଳ ଖବରକାଗଜ ର ବ୍ଲକ ପ୍ରତିନିଧି ରହିଆସୁଥିବା ଯୋଗୁଁ ଡାବୁଗାଁ ଅଞ୍ଚଳରେ ତାଙ୍କ ଅଚାନକ ମୃତ୍ୟୁ ଆସିଥିବା ଦେଖି ଡାବୁଗାଁ ର ସମସ୍ତ ଜନସଧାରଣ ଦୁଃଖ ପ୍ରକାଶ କରିଛନ୍ତି ।

ପରିବାର ର ୨ ଜଣ ସଦଷ୍ୟ ଙ୍କୁ ହରାଇ ପରିବାର ଲୋକେ ଦୁଃଖ ରେ ଭାଙ୍ଗିପଡିଛନ୍ତି । ଡାବୁଗାଁ ର ଜଣେ ସାମ୍ବାଦିକ ବନ୍ଧୁ ଙ୍କୁ ହରାଇବାର ଦୁଃଖପ୍ରକାଶ କରି ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ଶୋକ ପ୍ରକାଶ ପାଇଥିବାଵେଳେ ତାଙ୍କ ପରିବାରଲୋକଙ୍କୁ ଜଗତରନାଥ ଶ୍ରୀ ଜଗନ୍ନାଥ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏବଂ ଦୁର୍ଘଟଣା ରେ ହରାଇ ଥିବା ମାନଙ୍କ ଅମର ଆତ୍ମାର ସଦଗତି କାମନା ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଜଣାଉଛୁ।ଏଭଳି ମର୍ମନ୍ତୁଦ୍ ଘଟଣା ଯୋଗୁଁ ସବୁରି ମହଲରେ ଦୁଃଖର ଛାୟା ଖେଳି ଯାଇଛି।ଡ୍ରାଇଭର ଭୀମ ହରିଜନ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
Comments (0)
Add Comment