ଡାବୁଗାଁରେ ପାଳିତ ହେଲା ଅନ୍ତର୍ଜାତୀୟ ଶ୍ରମିକ ଦିବସ

ନବରଙ୍ଗପୁର:-ଡାବୁଗାଁ ରାଜମିସ୍ତ୍ରୀ ସଂଘ ଏବଂ କୁଳିମଜୁରୀୟା ସଂଘ ତରଫରୁ କୋବିଡ଼ କଟକଣା ମାନି ସାମାଜିକ ଦୂରତା ବଜାଇ ରଖି ମାସ୍କ ପିନ୍ଧି ଡାବୁଗାଁରେ ପାଳନ କଲେ ଆନ୍ତର୍ଜାତିୟ ଶ୍ରମିକ ଦିବସ ।ମେ ପହିଲା ଦିନକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା’ନ୍ତି । ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତିହାସ । ଗୋଟିଏ ସମୟଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣି ଶ୍ରମିକ ମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପଥମେ ରାସ୍ତାକୁ ଉହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା ମଧ୍ୟରେ ସୀମିତ ରଖାଯାଉ । ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲେ ଫଳରେ ହଜାର ହଜାର ଶ୍ରମିକ ରାସ୍ତାକୁ ଆସି ଆନ୍ଦୋଳନ ଆରମ୍ଭ କରିଥିଲେ । ପରିସ୍ଥିତି ଅସମ୍ଭାଳ ଓ ଅଣାୟତ ହେବା ପରେ। ଏହାକୁ ନଜରରେ ରଖି ଆମେରିକା ସରକାର ତୁରନ୍ତ ଶ୍ରମିକ ମାନଙ୍କର ଦାବି କୁ ମଣିଥିଲେ ।ଏହି ଦିନଠାରୁ ସାରା ବିଶ୍ୱରେ ବି ଏହି ଆଇନ ପ୍ରଣୟନ ହେଲା । ଏହାକୁ ଶ୍ରମିକମାନେ ବିଜୟ ଦିବସ ଭାବେ ଏବେବି ପାଳନ କରିଆସୁଛନ୍ତି ଭାରତ ରେ ୧୯୨୩ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ମାନି ନିଆ ଯାଇଥିଲା । ଭାରତରେ ଶ୍ରମିକ ମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଂଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀ ମଜଦୁର କିଷାନ ପାର୍ଟି । ଏହାର ନେତୃତ୍ୱ ନେଇଥିଲେ କମ୍ରେଡ ସିଙ୍ଗରବେଲୁ ଚେଟିଆର । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଂଟା ଶ୍ରମ ନିର୍ଘଣ୍ଟକୁ ସିକୃତି ଦେଇଥିଲେ । ସେହିଦିନ ଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ ।

Comments (0)
Add Comment