ପାଲିଆ ଠାରେ କିଶୋରୀ ମେଳା ୨୦୨୩-୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର :-ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ତଥା କିଶୋରୀ ମେଳା ୨୦୨୩-୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଲେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତ ଠାରେ ପାଲିଆ ସେକ୍ଟରର ସୁପର ଭାଇଜର ଶ୍ରୀମତୀ ମିଥୁଲା ଦଣ୍ଡସେନାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝରୀଗାଁ ସି ଡି ପି ଓ ଶ୍ରୀମତୀ ବିରଜା ମୋହିନୀ ପାଙ୍ଗି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଲେ ପାଲିଆ ସରପଞ୍ଚ ଶ୍ରୀମତୀ ରାଧା ସାନ୍ତା, ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା, ସମାଜସେବୀ ରମେଶ ହରିଜନ, ହରେକୃଷ୍ଣ ଦଣ୍ଡସେନା, ପ୍ରଫୁଲ୍ଲ ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ରହିଥିଲେ |ରାମସା-୧ ଅଙ୍ଗନବାଡି କର୍ମୀ ଶ୍ରୀମତୀ କୁନ୍ତଳା ହରିଜନ ମଞ୍ଚ ପରିଚାଳନା କରିଥିବା ବେଲେ ଅନ୍ୟ ସମସ୍ତ ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ |ଶ୍ରୀମତୀ ପାଙ୍ଗି ଉପସ୍ଥିତ କିଶୋରୀ ବାଳିକା ମାନଙ୍କୁ କିଶୋରୀ ବାଳିକା ମାନଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ସରକାରଙ୍କ ସମସ୍ତ ଯୋଜନାର ପୁରା ଲାଭ ନେବାପାଇଁ କହିଥିଲେ |ସୁପରଭାଇଜର ଶ୍ରୀମତୀ ଦଣ୍ଡସେନା ତଥା ଉପସ୍ଥିତ ସମସ୍ତ ଅତିଥିମାନେ ଝିଅ ମାନଙ୍କୁ ମୋବାଇଲ ଠାରୁ ଦୁରେଇ ରହିବା, ପିତାମାତା ଓ ଅବିଭାବକ ମାନଙ୍କ କଥା ମାନି ଚଲିବା, ଗୁରୁଜନ ତଥା ବୟଜୈଷ୍ଠ ମାନଙ୍କ ସମ୍ମାନ କରିବା,ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ନଯିବା,ବାଲ୍ୟ ବିବାହ କୁ ମନା କରିବା,ମନ ଲଗେଇ ପାଠପଢିବା ଓ ଏକ ଭଲ ମଣିଷ ହୋଇ ନିଜ ପିତାମାତା ଓ ଗ୍ରାମ, ପଂଚାୟତ, ବ୍ଲକ ତଥା ଜିଲ୍ଲାର ନା ରଖିବାକୁ ଉପଦେଶ ଦେଇଥିଲେ |କିଶୋରୀ ବାଳିକା ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା, ମ୍ୟୁଜିକ ଚେୟାର, ପୁଚି ଖେଳ ଆଦି ପ୍ରତିଯୋଗିତା ସବୁର ଆୟୋଜନ କରାଯାଇଥିଲା |ପ୍ରତିଯୋଗିତା ସବୁରେ ଭାଗନେଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବାଳିକା ମାନଙ୍କୁ ଅତିଥି ମାନଙ୍କ ହସ୍ତରେ ପୁରସ୍କୃତ କରାଯାଇଥିଲା |ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment