କୋଷାଗୁମୁଡା ବ୍ଲକ୍ ର କୋଡିଙ୍ଗା ଅଞ୍ଚଳ ରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ ବନ୍ଦ

ନବରଙ୍ଗପୁର(କୋଶଲ ନ୍ୟୁଜ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ର ଗ୍ରାମାଞ୍ଚଳ ଗୁଡ଼ିକରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଆଜିକୁ ୫ ଦିନ ଧରି ଲୋକେ ପିଇବା ପାଣି ପାଇଁ ଅନ୍ତସନ୍ତ ହେଉଛନ୍ତି । ପ୍ରକାଶ ଥାଉକି ବିଦ୍ୟୁତ୍ ବିଭାଗର ଜେ.ଇ ମହାଶୟଙ୍କ ମନମୁଖୀ କାର୍ଯ୍ୟ ଓ କର୍ମଚାରୀ ମାନଙ୍କର ଅବହେଳା ଯୋଗୁଁ ଗ୍ରାମାଞ୍ଚଳ ଗୁଡ଼ିକରେ ବର୍ଷ ତମାମ ବିଦ୍ୟୁତ୍ ଯୋଗାଣ ଠିକ୍ ରୂପେ ହୋଇପାରୁନାହିଁ । ଯାହା ଫଳରେ ଗ୍ରାମାଞ୍ଚଳ ରେ ଥିବା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକରୁ ପାନୀୟ ଜଳ ଯୋଗାଣ ସଠିକ୍ ରୂପେ ହୋଇପାରୁ ନଥିବାରୁ, ନଦୀ ଓ କୂପ ର ଅପରିଷ୍କାର ପାଣିକୁ ବାଧ୍ୟ ହୋଇ ଲୋକେ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଏହି ଭଳି ଏକ ଦୃଶ୍ୟ ବି.ଏମ୍ ସେମଳା ଗ୍ରାମ ପଞ୍ଚାୟତ ର ଦୁରାଗାଁ,ବାକ୍ଟିଗୁଡା, ଝାଡସେମଳା ଓ କଷମଡଙ୍ଗରୀ ଗ୍ରାମ ଠାରେ ଦେଖିବାକୁ ମିଳିଛି । ତେଣୁ ଏଥିପ୍ରତି ତୁରନ୍ତ ଜିଲ୍ଲାପ୍ରଶାସନ କୁ ଦୃଷ୍ଟିଦେବା ପାଇଁ ଅଞ୍ଚଳବାସୀ ଙ୍କ ତରଫରୁ ଦାବି ହେଉଛି |

Comments (0)
Add Comment