ଜଙ୍ଗଲ ଧ୍ବଂସ ପାଇଁ ବନ ବିଭାଗ କୁ ଦାୟୀ କଲେ ସ୍ଥାନୀୟ ଲୋକେ

ଡାବୁଗାଁ ରେଞ୍ଜ ଅଧିନସ୍ଥ ଜଙ୍ଗଲ ଧିରେ ଧିରେ ଲୋପ ପାଇବାକୁ ବସିଲାଣି। ଏତିକି ପାଇଁ ସ୍ଥାନୀୟ ବାସିନ୍ଦା କାଠ ମାଫିଆ ଓ ବନ ବିଭାଗ କୁ ଦାୟୀ କରିଛନ୍ତି। ସେମାନଙ୍କ କହିବା ପ୍ରକାରେ ପୂର୍ବରୁ ଜଙ୍ଗଲ ଘଞ୍ଚ ଥିଲା କିନ୍ତୁ ଗତ କିଛି ବର୍ଷ ହେଲା ଜଙ୍ଗଲ କ୍ଷତି ଅଧିକ ରୁ ଅଧିକ ହେଉଛି। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଏଥି ପାଇଁ ସିଧାସଳଖ ବନ ବିଭାଗର ସ୍ଥାନୀୟ ଅଧିକାରୀ ମାନଙ୍କ ଅବହେଳା କୁ ଦାୟୀ କରିଛନ୍ତି। ବ୍ଲକ କଂଗ୍ରେସ ଉପ ସଭାପତି ପ୍ରକାଶ ପଣ୍ଡା ଙ୍କ କହିବା ପ୍ରକାରେ କେତେକ ଖଳ ପ୍ରକୃତି ର ଲୋକ ଜଙ୍ଗଲ ଧ୍ବଂସ କରୁଛନ୍ତି ଏବଂ ବିଭାଗୀୟ କର୍ମଚାରୀମାନେ ଏଥି ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି।ପ୍ରଶ୍ନ ହେଲା ବିଭାଗୀୟ କର୍ମଚାରୀମାନେ ମାନେ କାହିଁକି ଦୃଷ୍ଟି ଦେଉ ନାହାଁନ୍ତି? ବନ ବିଭାଗ ର ଅଧିକାରୀ ମାନେ କାହିଁକି ତତ୍ପର ନୁହନ୍ତି? ବାରମ୍ବାର ବିଭିନ୍ନ ପତ୍ର ପତ୍ରିକାରେ ଓ ଓ୍ବେବ ମିଡ଼ିଆର ରେ ଅନେକ ଖବର ପ୍ରକାଶିତ ହେବା ପରେ ମଧ୍ୟ ବନ ବିଭାଗ କର୍ତ୍ତବ୍ୟ ରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି? ଆଗାମୀ ଦିନରେ ଜଙ୍ଗଲ ସଂପୂର୍ଣ୍ଣ ଧ୍ବଂସ ହେବାର ଆଶଙ୍କା ଥିବାରୁ ଗ୍ରାମବାସୀମାନେ ଆଗ୍ରହ ପ୍ରକାଶ କରିଛନ୍ତି ଯେ, ପ୍ରଶାସନିକ ଅଧିକାରୀ ମାନେ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ଡାବୁଗାଁ ରେଞ୍ଜ ଅଧିନସ୍ଥ ଜଙ୍ଗଲ ର ସୁରକ୍ଷା ପାଇଁ ଉଦ୍ୟମ କରନ୍ତୁ।

Comments (0)
Add Comment