ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ RTPCR ପରୀକ୍ଷାଗାର କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଏବଂ ଭିତ୍ତିଭୂମି ନିରୀକ୍ଷଣ

ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ଵୃଦ୍ଧି ପାଉଥିବା କୁ ଦୃଷ୍ଟିରେ ରଖି,ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ, ତା ୨୭.୫.୨୦୨୧ ରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ RTPCR ପରୀକ୍ଷାଗାର କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଏବଂ ଭିତ୍ତିଭୂମି ନିରୀକ୍ଷଣ କରିଛନ୍ତି। ଆସନ୍ତା ଜୁନ ୧ ତାରିଖରୁ ପରୀକ୍ଷାଗାର କୁ କାର୍ଯ୍ୟକ୍ଷମ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ତତ ସହିତ ପରୀକ୍ଷାଗାର ଆନୁସଙ୍ଗିକ ବ୍ୟବସ୍ଥା ଶୀଘ୍ର ଶେଷ କରିବା ପାଇଁ ନିର୍ବାହି ଯନ୍ତ୍ରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଚୌଧୁରୀ ଶୋଭାରଣୀ ମିଶ୍ର, ପୂର୍ତ୍ତ ଏବଂ ଗୃହ ନିର୍ମାଣ


ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋପୀନାଥ ସେଠି, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ସହିତ ହସ୍ପିଟାଲର ଜାତୀୟ ସ୍ୱାସ୍ଥ ମିଶନ ସହକାରୀ ଯନ୍ତ୍ରୀ, ବିଶ୍ୱ ରଞ୍ଜନ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ସଦର ମହକୁମା ଠାରେ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇଗଲେ, ନବରଙ୍ଗପୁର ଜିଲ୍ଲା ବାସୀଙ୍କୁ ଆଉ ରକ୍ତ ପରୀକ୍ଷା ରିପୋର୍ଟ ପାଇବା ପାଇଁ ଆଉ ତିନି ରୁ ଚାରିଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ଆଗରୁ ରକ୍ତ ନମୁନା ଭୁବନେଶ୍ୱର, ବ୍ରହ୍ମପୁର ଏବଂ କୋରାପୁଟ କୁ ପଠାଇବାକୁ ପଡୁଥିଲା। ଜିଲ୍ଲାର ଦ୍ୱାର ଦେଶରେ RTPCR ପରୀକ୍ଷାର ସୁବିଧା ସୁଯୋଗ ମିଳିବ ବୋଲି ଶୁଣି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସହରର ସ୍ବେଚ୍ଛାସେବୀ ଜଗନ୍ନାଥ ମହାପାତ୍ର, କେଦାର ତ୍ରିପାଠୀ, ଫାଲଗୁନି ପାତ୍ର,ରବି ପ୍ରସାଦ, ସମୀର ପାତ୍ର, ଭୁବନେଶ୍ୱର ଦାସ, ଦୁର୍ଗା ମାଧବ ରଥ, ସାହିତ୍ୟିକ ନାରାୟଣ ପଣ୍ଡା, କବି ବିଜୟ ଚୌଧୁରୀ, ବରିଷ୍ଠ କଳାକାର ଅସିତ କୁମାର ଦେଓ, ସୁରେଶ ମହାନ୍ତି, ଦେବଦାସ ମହାଙ୍କୁଡ, ରାମ ସିଂ, ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଳକୃଷ୍ଣ, ସମ୍ପାଦକ, ପ୍ରହଲ୍ଲାଦ ତ୍ରିପାଠୀ, ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘର ସଭାପତି, ପ୍ରକାଶ ତ୍ରିପାଠୀ, ବାଣିଜ୍ୟ ସଂଘର ସଭାପତି ସୁଶୀଲ କୁମାର ଜୈନ, ମିଲ ମାଲିକ ସଙ୍ଘ ର ସଭାପତି, ପ୍ରଦୀପ ମିଶ୍ର, ସମ୍ପାଦକ, ବିଶ୍ବମ୍ବର ଦାସ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି, ତ୍ରିପତି ବାଲାଜୀ ସାହୁ, ନବରଙ୍ଗପୁର ଆଇନଜୀବୀ ସଂଘର ସଭାପତି ଆଶିଷ ରଞ୍ଜନ ପଟନାୟକ, ସମ୍ପାଦକ, ରାମ ପ୍ରସାଦ ପାତ୍ର,ପ୍ରଦୀପ କୁମାର ସାହୁ, ଏ ସତୀଶ, କିଶୋର ପଟନାୟକ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।

Comments (0)
Add Comment