ଡାବୁଗାଁ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କୁ ମିଳିଲାନି ମହାଦେବଙ୍କ ଦର୍ଶନ

ନବରଙ୍ଗପୁର ଜିଲ୍ଲା:- ଡାବୁଗାଁ ବ୍ଲକ୍ ଚଚରାଗୁଡ଼ା ପଞ୍ଚାୟତ ଅଧୀନ କେଲିଆ ଶୈବପୀଠରେ ମହା ଶିବରାତ୍ରି ପାଳିତ ହୋଇଯାଇଛି । କଟକଣା ଯୋଗୁ କେବଳ ସେବାୟତଙ୍କ ଦ୍ବାରା ସକାଳୁ ବିଭିନ୍ନ ନୀତି ଅନୁଯାୟୀ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ହେଲେ ଶ୍ରଦ୍ଧାଳୁଙ୍କୁ ଦର୍ଶନର ଅନୁମତି ମିଳି ନ ଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏଥିସହ ଡାବୁଗାଁ ଶିବମନ୍ଦିର , ବାଘବେଡ଼ା , ବିରିସୋଲା ଓ କୁନାପାଣି ଶିବମନ୍ଦିରରେ କୋଭିତ୍ ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ତେବେ କେତେକ ମନ୍ଦିରରେ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖୁବାକୁ ମିଳିଥିଲା ।

Comments (0)
Add Comment