କରୋନା ଯୋଗୁଁ ଚଳିତ ବର୍ଷ ପ୍ରସିଦ୍ଧ ଶୈବପୀଠ କେଲିଆରେ ହେବନି ମହାଶିବରାତ୍ରି ମେଳା

ନବରଙ୍ଗପୁର:-କରୋନା ଯୋଗୁଁ ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କେଲିଆରେ ହେବନି ମହାଶିବରାତ୍ରି ମେଳା ପ୍ରଶାସନ ଓ ମନ୍ଦିର କମିଟି ର ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ମନ୍ଦିରରେ ବାବା ଝାଡେର୍ଶ୍ୱର ଙ୍କ ପୂଜାର୍ଚ୍ଚନା ଜାରି ରହିବ । ଭକ୍ତମାନଙ୍କ ପାଇଁ ମନ୍ଦିରକୁ ପ୍ରବେଶ ଓ ଦର୍ଶନ ମନା,ବଜାର ବସିବନି କି କୋଣସି ସଂସ୍କୃତିକ କାର୍ଯ୍ୟକ୍ରମ ହେବନି ଏବର୍ଷ ପ୍ରସିଦ୍ଧ କେଲିଆ ଶୈବ ପୀଠରେ।ସର୍ବସାଧାରଣ ହଇରାଣ ନହୁଅନ୍ତୁ ବୋଲି ପୂର୍ବରୁ ଏଭଳି ସୂଚନା ଦେଇଛନ୍ତି କେଲିଆ ମନ୍ଦିର ପରିଚାଳନା କମିଟିରୋ ସମ୍ପାଦକ ଦେବରାଜ ପାତ୍ର ଏବଂ ଅନ୍ୟ ସଦର୍ଶ ମାନେ। ତତସଙ୍ଗେ ସଙ୍ଗେ କେଲିଆ କମିଟି ର ସମ୍ପାଦକ ଦେବରାଜ ପାତ୍ର ସମସ୍ତଙ୍କୁ ଅନୁରାଧ କରିଛନ୍ତି କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ସାନିଟାଇଜେ ବ୍ୟବହାର କରନ୍ତୁ, ସାବୁନରେ ହାତ ଧୁଅନ୍ତୁ ଏବଂ ସରକାରୀ କାର୍ଯ୍ୟକ୍ରମ ପ୍ରକାରେ ଆପଣଙ୍କ ସମୟ ଆସିଲେ ଟୀକା ନେବା ପାଇଁ ସମସ୍ତ ଜନ ସାଧାରଣଙ୍କୁ ଅନୁରଧ କରିଛନ୍ତି ।

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା – ନବରଙ୍ଗପୁର

କରୋନା
Comments (0)
Add Comment