ଆଦିବାସୀଙ୍କୁ ଜୀବିକା ଜଗାଉଛି ମହୁଲ ଫୁଲ

ନବରଙ୍ଗପୁର ଜିଲ୍ଲା :- ନବରଙ୍ଗପୁର ଜ଼ିଲ୍ଲା ର ଅଧିକାଂଶ ଆଦିବାସୀ ଅଧୁସିତ ଅଂଚଳ ରେ ବଞ୍ଚିବାର ବଡ ମାଧ୍ୟମ ହେଇଛି ମହୁଲ ଫୁଲ । ମହୁଲ ଫୁଲ ସଂଗ୍ରହ କରି ପରିବାର ପୋଷଣ ପାଇଁ ବେଶ ଦୁଇ ପଇସା ଅର୍ଜନ କରିବାରୋ ସମୟ ଆସିଛି ଏବେ ।ଜିଲ୍ଲା ର ଡାବୁଗାଁ ବ୍ଲକ ଭଳି ଅନେକ ଆଦିବାସୀ ବହୁଳ ଅଂଚଳରେ ମହୁଳ୍ପଫୁଲ ସଂଗ୍ରହ କରି ତାକୁ ଶୁଖାଇ ବହୁ ପରିଶ୍ରମ କଲାପରେ ବି ସ୍ୱଳ୍ପ ମୂଲ୍ୟ ରେ ବିକ୍ରୀ କରି ଗୁଜୁରାଣ ମେଣ୍ଟେଇ ନିଅନ୍ତି ଆଦିବାସୀ ଵର୍ଗ ର ଅନେକ ପରିବାର । ପରିଶ୍ରମର ଉଚିତ ମୂଲ୍ୟନ ପାଇ ମଧ୍ୟ ସେମାନେ ବେଶ ଖୁସି ଏ ଧରଣୀ ମାଁର ଏହିବାରଦାନ । ଭୋର ସକାଳୁ ନିଜ ପରିବାର ସହ ଜଙ୍ଗଲ ଜନ୍ତୁର ଭୟ କୁ ଆଡେଇ ଦେଇ , ମାଣ୍ଡିଆ ଜାଉ ବା ଆଦିବାସୀ ଭାଷାରେ (ମାଣ୍ଡିଆ ପେଜ)ଭଳି ଖାଦ୍ୟ କୁ ଵୋତୋଲ ରେ ଭରି ଜଙ୍ଗଲ ର ମହୁଲ ଗଛ ତଳେ ପଡିଥିବା ମହୁଲ ଫୁଲ କୁ ସଂଗ୍ରହ ରେ ଲାଗିପଡନ୍ତି , ଦୁଇ ପଇସା ରୋଜଗାର ପାଇଁ ତ କେତେବେଳେ ବର୍ଷ ଯାକର ଖାଇବା ଲୁଣ ପାଇଁ ବି ମହୁଲ ବଦଳ ରେ ଲୁଣ ନିଅନ୍ତି ପରିବାର ପାଇଁ ।ହେଲେ ପ୍ରାୟ ସମୟରେ ଠକେଇରେ ପଢିଯାଇଥାନ୍ତି ଏଇ ନିରୀହ ଆଦିବାସୀ ମାନେ ବିଭିନ୍ନ ବ୍ୟବସାୟୀ, ସାହୁକାର ମାନଙ୍କ ହାତରେ ପଡି କମ ମୂଲ୍ୟ ରେ ବିକ୍ରି କରିଦେବାକୁ ବାଧ୍ୟ ହୋଇଥାନ୍ତି । ଆଦିବାସୀ ଭାଇ ମାନଙ୍କ ସରଳତାର ଭରପୁର ଲାଭ ଉଠାନ୍ତି ବ୍ୟବସାୟ ଓ ମଦ ଭାଟି ମାଲିକ ମାନେ । *ସରକାରୀ ବ୍ୟବସ୍ଥା ରେ ପ୍ରତ୍ୟକ ପଂଚାୟତ ଗୁଡିକରେ ମହୁଲ ଫୁଲ ର ମୂଲ୍ୟ ଧାର୍ଯ୍ୟ ହୋଇ ଚିଠା ପହଂଚିବା କୁ ଦୁଇ ରୁ ତିନି ମାସ ସମୟ ଲାଗେ* । ହେଲେ ଦୁଇ ତିନି ମାସ ସମୟ ଯାଏ ଗଛିତ କରି ମହୁଲ ଫୁଲ ବିକିବାକୁ ଆଦିବାସୀଙ୍କ ପାଖରେ ନା ସମ୍ବଳ ଅଛି ନା ସ୍ଥାନ । ଭୋକିଲା ପେଟ ପାଇଁ ଅନ୍ୟାନ୍ୟ ମାଧ୍ୟମ ନ ଥାଇ ସେମାନେ ବାଧ୍ୟ ହୋଇ ,ସଂଗୃହିତ ମହୁଲ ଗୁଡିକ ଟେକି ଦିଅନ୍ତି ମହାଜନୀ ବା ବ୍ୟବସାୟୀ ମାନଙ୍କ ହାତକୁ । *ମହୁଲ ଫୁଲ ଓ ଆଦିବାସୀ ର ସଂପର୍କ ବହୁ ପୁରାତନ* । ପ୍ରକୃତି ମାଆ ଠୁ ପାଉଥିବା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜେ ପାରିଶ୍ରମିକ ନ ପାଇ ମଧ୍ୟ ଅନ୍ୟ ମାନକୁ ବେଶ ରୋଜଗାରୀ କରି ମାଲାମାଲ କରିଥାନ୍ତି ଏହି ଆଦିବାସୀ ଭାଇ ମାନେ।ସରକାରୀ କଳ ଯଦି ଏ ମାନଙ୍କ ପାଇଁ ଧ୍ୟାନ ଦେଇ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକର ଉପଯୁକ୍ତ ମୂଲ୍ୟ ନିର୍ଧାରଣ କରି ସାଧାରଣ ରେ ମୂଲ୍ୟ ଗୁଡିକର ବଣ୍ଟନ କରନ୍ତା ତେବେ ଆଦିବାସୀ ଭାଇ ମାନେ ଆହୁରି ଅଧିକ ଦୁଇ ପଇସା ପାଇପାରି ଥାନ୍ତେ । ତେବେ ପ୍ରଶାସନିକ ଅଧିକାରୀ ମାନଙ୍କ ଇଛା ଶକ୍ତି କେବେ ଆଦିବାସୀ ଙ୍କ ପାଇଁ ଅଂଟାଭିଡ଼ିବେ ସମୟ କୁ ହିଁ ଜଣା

Comments (0)
Add Comment