ମହୁଲ ବୋଝେଇ ଗାଡି ଜବତ, ୧ ଗିରଫ

ଡାବୁଗାଁ,୧୩/୩ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଏକ ମହୁଲ ବୋଝେଇ ଟ୍ରକକୁ ଜବତ କରି ୧ ଜଣକୁ ଶନିବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଶୁକ୍ରବାର ଦିନ ଏକ ଟ୍ରକ ନଂ ସିଜି ୦୪ ଜେ ୯୫୬୮ ଗାଡି ଛତିଶଗଡ ରାଜ୍ୟର ଜଗଦଲପୁର ଠାରୁ ଡାବୁଗାଁ ବ୍ଲକର ବୋରିଗାଁ ଗ୍ରାମ ଆଡକୁ ଆସୁଥିବା ବେଳେ ଘୋଡାଖୁଣ୍ଟା ଗ୍ରାମ ର କିଛି ଦୂରରେ ପୋଲିସ ଗାଡି ଯାଞ୍ଚ ସମୟରେ ଏହି ଗାଡିକୁ ଅଟକାଇ ଯାଞ୍ଚ କରିଥିଲା | ଯାଞ୍ଚ କରିବା ରେ ଜଣାପଡିଥିଲା ଯେ ଗାଡିରେ ବେଆଇନ ଭାବେ ମହୁଲ ଫୁଲ ଚାଲାଣ କରାଯାଉଥିଲା | ଉକ୍ତ ଗାଡିକୁ ଜବତ କରାଯାଇ ଡାବୁଗାଁ ଥାନାକୁ ଅଣାଯାଇଥିଲା | ଥାନାରେ ଗାଡିରେ ଥିବା ୩୦୦ ଟି ବସ୍ତା, ପ୍ରତି ବସ୍ତା ୩୯ କିଗ୍ରା ଲେଖାଏଁ ମୋଟ ୧୧॰୭୦୦ ଟନ ହେବ ବୋଲି ପୋଲିସ ସୂଚନା ଦେଇଛି | ଏଥିରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ହେଲେ କୋଡିଙ୍ଗା ଥାନା ଅଧୀନ ତାରାଗାଁ ଗ୍ରାମର ଟାଙ୍କୁ ମେହେର (୪୭) କୁ ଗିରଫ କରାଯାଇଛି | ଥାନା ସବଇନିସ୍ପେକ୍ଟର ଚନ୍ଦ୍ରଭାନୁ ମହାନ୍ତି ମାମଲାର ତଦନ୍ତ କରୁଛନ୍ତି | ଟ୍ରକ ଜବତ କରିବା ସହ ଡ୍ରାଇଭର ଟାଙ୍କୁ ମେହେର କୁ ଶନିବାର କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୪୩/୨୧ ରେ ଏକ ମାମଲା ରୁଜୁ କରାଯାଇଛି |

Comments (0)
Add Comment