ନବରଙ୍ଗପୁର ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କ୍ରୀଡା ମନ୍ତ୍ରୀ ଙ୍କୁ ଡାବୁଗାଁରେ ସ୍ବାଗତଂ ସମ୍ବର୍ଦ୍ଧନା

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଆଜି ସନ୍ଧ୍ୟା ରେ ଡାବୁଗାଁ ବ୍ଲକ ଗସ୍ତକରି ଡାବୁଗାଁ ବ୍ଲକ ବିଜୁଜନତା ଦଳ ର ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ଡାବୁଗାଁ ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଳକ ର କର୍ମକର୍ତ୍ତାମାନଙ୍କୁ ନେଇ ଆଗକୁ ଆଗାମୀ ପଞ୍ଚାୟତ ଇଲେକ୍ସନରେ ବିଜେଡି ଦଳକୁ କିଭଳି ସଦୂଡ କରିବେ ସମସ୍ତଙ୍କ ମିଳିତ ଉଦ୍ୟମରେ ତାହା ଆଲଚନା କରିଥିଲେ ନବରଙ୍ଗପୁର ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କ୍ରୀଡା ମନ୍ତ୍ରୀ ତୁଷାର କାନ୍ତ ବେହେରା । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ଜିଲ୍ଲା ପରିଷଦ ଅଧକ୍ଷା ନିବେଦିତା ମହାନ୍ତି, ଅଶୋକ କୁମାର ମୁର୍ତ୍ତି, ଏମ ଆପ ରାଓ, ଏମ.ବୁଲୁ ରାଓ, ବିଜୟ ବେହେରା , ମଞ୍ଚୁଳା ମାଝୀ, ଭଗବତୀ ଭତ୍ରା, ବରିଷ୍ଠ ବିଜେଡି ନେତା ବଦ୍ରୀ ନାରାୟଣ ସିଂ , ସ୍ବାଧିନ ପଟ୍ଟନାୟକ, ଟି. ଜଗନୁ ବାବୁ, ପି. ନାଗା ରାଓଙ୍କ ସହ ବ୍ଳକ ର ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।

Comments (0)
Add Comment