ଜୁଆ ମାୟା ଜାଲ ରେ ନବରଙ୍ଗପୁର ଜିଲ୍ଲା ଗାଇଘର ବ୍ଲକ

ବିଭିନ୍ନ ଜନ ଗହଳି ମଣ୍ଡେଇ ଯାତ୍ରା ମାନଙ୍କରେ ଖୁଲମଖୁଲା ଜୁଆ ଓ ଖୁଡ଼ଖୁଡ଼ି ଖେଳ ଚାଲିଛି । ଏହାକୁ ପୋଲିସ ଦେଖି ମଧ୍ୟ ଘୋର ନିଦ୍ରା ସାଜୁଥିବା ଅଭିଯୋଗ ହୋଇଛି

ରାଇଘର-୨୬/୦୩/୨୦୨୧ – ଜୁଆ ମାୟାଜାଲରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଅଧିକାଂଶ ଇଲାକା । କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବରବାଦ୍ ହେଉଛନ୍ତି ଶହ ଶହ ପରିବାର। ଗ୍ରାମ ର ମଣ୍ଡେଇ ସମୟରେ ପରମ୍ପରା ନାଁରେ ଜୁଆ ଭଳି ବେଆଇନ୍ କାର୍ଯ୍ୟ ଚାଲିଛି। ପୋଲିସ ପାଖରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ସାଧାରଣରେ କୁହାଯାଉଛି l ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ଆଦିବାସୀ ପରଛିପାରା ଗ୍ରାମରେ ଗତ ୨୪/୦୩/୨୦୨୧ ବୁଧବାର ଦିନ ମଣ୍ଡେଇ ଦେଖିବାକୁ ଆଖପାଖ ଗ୍ରାମମାନଙ୍କରୁ ବହୁ ପରିବାର ଆସିଥାନ୍ତି । ଏଠାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଧ୍ୟ ଲାଗି ରହିଥାଏ ଲୋକଙ୍କ ଭିଡ | ଏଥିରେ ବଜାର ସହିତ ବହୁ ଆକର୍ଷଣୀୟ କାର୍ଯ୍ୟକ୍ରମ ଗୁଡିକ କରାଯାଉଥିବା ବେଳେ ବେଆଇନ ଭାବେ ଜୁଆଖେଳ ସହିତ ଖୁଡ ଖୁଡି ମଧ୍ୟ ପୋଲିସ ସମ୍ମୁଖରେ ନିରନ୍ତର ଲାଗିରହିଛି | ନବରଙ୍ଗପୁର ଏସ.ପି ଙ୍କୁ ଖବର ଜଣାଇବା ପରେ ମଧ୍ୟ ଏହା ପ୍ରତି ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି | ଜୁଆଖେଳ ପାଇଁ ସହଯୋଗ କରୁଛି କି ପୋଲିସ?ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ବିରୋଧ କରାଯାଉଛି ।

Comments (0)
Add Comment