ଡାବୁଗାଁ ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ସୋମବାର ବିଶ୍ଵନାଥ ରାଉତ ନୂତନ ବିଡ଼ିଓ ଭାବେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ କୋଷଗୁମୁଡ଼ା ବ୍ଲକ ରେ ଏବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ସେ ଡାବୁଗାଁ ବ୍ଲକ ରେ ବିଡ଼ିଓ ଦାଇତ୍ୱ ରେ ଯୋଗ ଦେଲେ ।

ଶ୍ରୀ ରାଉତ ଙ୍କୁ ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ କରାଯାଇଥିଲା । ଏଥିରେ ସାମ୍ବାଦିକ ସଙ୍ଘ ର ସମ୍ପାଦକ ମିହିର ଶଙ୍କର ପାତ୍ର,ବରିଷ୍ଠ ସାମ୍ବାଦିକ ରବିନାରାୟଣ ମହାନ୍ତି , ସହ ସମ୍ପାଦକ ଗଗନ ଗନ୍ତାୟତ ଓ କୋସାଧକ୍ଷ ସୁଶାନ୍ତ କୁମାର ପଣ୍ଡାଏବଂ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment