ଡାବୁଗାଁ ବ୍ଲକରେ ପଞ୍ଚାୟତର ରାଜ ଦିବସ ଓ ୧୦୫ ତମ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ ହୋଇଯାଇଛି

ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମିଳନୀ କକ୍ଷ ଠାରେ ଶୁକ୍ରବାର ପଞ୍ଚାୟତ ରାଜ ଦିବସ ଓ ୧୦୫ ତମ ବୁଜୁ ପଟ୍ଟନାୟକ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି  । ଓଡ଼ିଶାର ମଉଡ଼ ମଣି  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ କୁ ପଞ୍ଚାୟତ ରାଜ ଦିବସ ଭାବରେ  ପାଳନ କରାଯାଏ  । ଆଜିର ଏହି ସୋମରହ ରେ ମୁଖ୍ୟ ଅତିଥି ଭାବେ  ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ସମ୍ମାନିତ ଅତିଥି ଭାବେ  ଜିଲା ପରିଷଦ ଉପାଧଖ୍ୟା ନିବେଦିତା ମହାନ୍ତି , ଡାବୁଗାଁ ବିଡ଼ିଓ ରଞ୍ଜିତ ମେରୀ ନାୟକ , ଡାବୁଗାଁ ବ୍ଲକ ଚେୟାରମ୍ୟାନ ବଂଶୀଧର ମାଝୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ ,ସାଂସଦ ପ୍ରତିନିଧି ଏମଆପା ରାଓ, ସହକାରୀ ଯନ୍ତ୍ରୀ  ବିଜୟ କୁମାର ସିଂ ଓ ଡାବୁଗାଁ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ  ସମସ୍ତ  ପିଓ ଉପସ୍ଥିତ ଥିଲେ ।   ଏହି ବୈଠକରେ ବିଜୁ ବାବୁଙ୍କ କର୍ମଠ  ସମୟ , ଓଡିଶା ବାସିଙ୍କ ପାଇଁ ତାଙ୍କର ବଳିଦାନ ଗ୍ରାମର ଉନ୍ନତି ପାଇଁ ସେ କିପରି ଚେଷ୍ଟା କରିଥିଲେ ସେହି ବିଷୟରେ ଆଲୋଚନା କରାଯାଇଥିଲା ।ପରେ ସମସ୍ତ ପଞ୍ଚାୟତର ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା ।

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା ( ନବରଙ୍ଗପୁର )

Comments (0)
Add Comment