ପାପଡାହାଣ୍ଡି ଶିକ୍ଷକ ଶିକ୍ଷୟତ୍ରୀ ର ବନ୍ଧୁ ମିଳନ

ନବରଙ୍ଗପୁର:ପାପଡାହାଣ୍ଡି ବ୍ଲକ ର 2006 ବ୍ୟାଚ ର ଶିକ୍ଷକ ଶିକ୍ଷୟତ୍ରୀ ର ନୂଆ ବର୍ଷ ର ବନ୍ଧୁ ମିଳନ l ଦୀର୍ଘ 17 ବର୍ଷ ପରେ ପାପଡାହାଣ୍ଡି ବ୍ଲକ ର ଜାମ୍ବଗୁଡା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ 65ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆରମ୍ଭ ରେ ପ୍ରଥମେ ସ୍ବର୍ଗତ 4 ଜଣ ଶିକ୍ଷକ ବିଜୟ କୁମାର ସତାନାମୀ, ଦୁଷ୍ମନ୍ତ ମାଝୀ, ରମେଶ ଡ଼ଙ୍ଗରି, ଓ ତୁଶିର ନାୟକ ଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଠାରେ ସମସ୍ତେ ନିଜ ଜୀବନରେ କଟି ଯାଇଥିବା କର୍ମମୟ ଜୀବନର ଅନୁଭୂତି ବିଷୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ ପବିତ୍ର ମହନ ମାଝୀ, ଶ୍ରୀ ଅଜିତ କୁମାର ମଣ୍ଡଳ, ଓ ଶିକ୍ଷକ ଶ୍ରୀ ମନୋଜ କୁମାର ମାଝୀ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଶେଷରେ ସମସ୍ତେ ନିଜ ନିଜ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ମତ ପ୍ରକାଶ କରିଥିଲେ l ଏମିତି ବନ୍ଧୁ ମିଳନ ପ୍ରତ୍ୟେକ ବର୍ଷ କରିବାକୁ ଚେଷ୍ଟା କରିବୁ ବୋଲି କହିଥିଲେ ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment