ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ

ନବରଙ୍ଗପୁର ( କୋଶଲ ନ୍ୟୁଜ ) ଆଜି ବିଶ୍ବ ପରିବେଶ ଦିବସ ଅବସରରେ କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ଥାନା ପରିସର ମଧ୍ୟରେ ୫୦ ଗୋଟି ଏବଂ କୋଷାଗୁମୁଡ଼ା ଥାନା ପରିସର ମଧ୍ୟରେ ୧୦୦ଗୋଟି ବିଭିନ୍ନ ଗଛ ରୋପଣ ସ୍ନାନୀୟ କୋଡ଼ିଙ୍ଗା ବନ ବିଭାଗ ତରଫରୁ କରାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କୋଡ଼ିଙ୍ଗା ରେଞ୍ଜର ଆଶିଷ କୁମାର କହଁର,କୋଡ଼ିଙ୍ଗା ଫରେଷ୍ଟର ପ୍ରଶାନ୍ତ କୁମାର ପାଢୀ, କୋଷାଗୁମୁଡା ଡି -ଉମେଶ୍ବର ନାଇଡୁ, କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଓ କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଘ , ଦୁଇଟି ଥାନାର କର୍ମଚାରୀ, ଆଇ ଆର ବି ଯବାନ ପ୍ରମୁଖ ଭାଗ ନେଇଥିଲେ । ଭାରତରେ ଗୋଟିଏ ଲୋକଙ୍କ ପିଛା ବର୍ତ୍ତମାନ ଦେଶରେ ୨୮ ଟି ଗଛ ଥିବା ସମୟରେ ପାଶ୍ଚାତ୍ୟ ଦେଶ କାନାଡା ରେ ମୁଣ୍ଡ ପିଛା ୫୦୦୦ ହଜାରରୁ ଅଧିକ ଗଛ ଅଛି। ଦେଶରେ ବର୍ତ୍ତମାନ କରୋନା ସମୟରେ ଅମ୍ଳଜାନ ଜନିତ ସମସ୍ୟା ଦୂର କରିବାକୁ ହେଲେ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ସ୍ମଶାନ, ଉଦ୍ୟାନ ଏବଂ ଖୋଲା ସ୍ଥାନ ମାନଙ୍କରେ ବ୍ୟାପକ ବୃକ୍ଷ ରୋପଣ କରିବା ଓ ଭବିଷ୍ୟତରେ ସ୍ବଚ୍ଛ ଅମ୍ଳଜାନ ପାଇବା ଉଦ୍ଦେଶ୍ୟ ରେ ସମସ୍ତେ ବୃକ୍ଷ ରୋପଣ କରିବା ଓ ନିଜର କିମ୍ବା ନିଜ ପରିବାର ର ଜନ୍ମ ଦିନ, ବିବାହ ବାର୍ଷିକ ଉତ୍ସବ ପାଳନ, ନିଜର ଦିବଙ୍ଗତ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିବସରେ ଗୋଟିଏ ବୃକ୍ଷ ରୋପଣ କରିବା ସହିତ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ କୋଡ଼ିଙ୍ଗା ରେଞ୍ଜର ଶ୍ରୀ କହଁର ସମସ୍ତ ଙ୍କୁ ଅନୁରୋଧ କରିଥିଲେ । ସେହିପରି କୋଷାଗୁମୁଡା ଥାନା ଅନ୍ତର୍ଗତ ବଡ଼ଆମ୍ବଡା ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହାଲବା ଙ୍କ ନେତୃତ୍ବରେ ଥାନା ଫାଣ୍ଡି ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି ।

Comments (0)
Add Comment