ସ୍ତ୍ରୀ କୁ ହତ୍ୟାକରୀ ସ୍ଵାମୀ ର ଆତ୍ମହତ୍ୟା ପୁଲିସ ର ତଦନ୍ତ ଚାଲିଛି

ନବରଙ୍ଗପୁର:-ସ୍ତ୍ରୀ କୁ ହତ୍ୟାକରୀ ସ୍ଵାମୀ ର ଆତ୍ମହତ୍ୟା ଅଭିଯୋଗ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଳ ଗ୍ରାମ ରେ ଘଟଣା। ହତ୍ୟାକାଣ୍ଡ ର କାରଣ ସ୍ପଷ୍ଟ ହେଇଛି ‌ । ମୃତ ସ୍ତ୍ରୀ ପାର୍ବତୀ ଜାନି ଏବଂ ସ୍ଵାମୀ ନୀଲଧନ ଜାନି ଘରୁ ୧୦୦ ମିଟର ଦୁରରେ ଏକ ଏଭଳି ଘଟଣା ଘଟିଛି । ସ୍ତ୍ରୀ କୁ ଟାଙ୍ଗିଆରେ ଆଣି ହତ୍ୟା କରିବା ପରେ ଗଛରେ ଦୈାଡି ଲଗାଇ ସ୍ଵାମୀ ଆତ୍ମହତ୍ୟା କରିଛି । ସୂଚନାଯୋଗ୍ୟ ମୃତ୍ୟୁ ଦମ୍ପତି ଦୁହେଁ ତାଙ୍କ ଭଉଣୀ ଘର ଭଣ୍ଡିମାଳ କୁ ଆସିଥିଲେ । ତାଙ୍କର ନିଜ ଘର ଝରିଗାଁ ବ୍ଲକ ଡୁମରଓଡା ସେହି ଗାଁରୁ ସେମାନେ ତାଙ୍କ ଭଉଣୀ ଘରକୁ ପରିବାର ସହିତ ଆସିଥିଲେ । ଏବଂ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦୁଇ ଜଣ ଘରୁ ବାହାରି ଯାଇଥିଲେ କୈାଣସି କାରଣରୁ ବତସା ହୋଇ ବାହାରି ଯାଇଥିଲେ ଭଳି ସୂଚନା ମିଳିଛି । ତାପରେ ଯେତେବେଳେ ଆଜି ସକାଳୁ ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କ ଶବ । ଜଣଙ୍କ ଶବ ଗୋଟିଏ ଗଛ ଉପରେ ଝୁଲି ରହିଥିଲା ଏବଂ ଅନ୍ୟ ଜଣଙ୍କ ଶବ ତଳେ ରକ୍ତାକ୍ତ ହୋଇ ପଡ଼ିରହିଥିଲା।ସ୍ତ୍ରୀ ପାର୍ବତୀ ଜାନିଙ୍କ ଏବଂ ନିକଟର ଗଛରେ ସ୍ବାମୀ ନୀଲଧର ଜାନି ବେକରେ ଦୈାଡି ଦେଇ ଆତ୍ମହତ୍ୟା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ସ୍ତ୍ରୀ କୁ ଟାଙ୍ଗିଆରେ ହାଣିବା ପରେ ସ୍ଵାମୀ ନିଜେ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ ଅନୁମାନ କରୁଥିବା ବେଳେ । ପୋଲିସ ଉକ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments (0)
Add Comment