ଛତିଶଗଡ ଯିବା ରାସ୍ତାକୁ ସିଲ୍ କଲା ପୋଲିସ।

ନବରଙ୍ଗପୁର :-ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା କୁ ଲାଗିଥିବା ଛତିଶଗଡ଼ ସୀମା ଗୁଡିକ କୋଷାଗୁମୁଡା ପୁଲିସ ପ୍ରଶାସନ ସିଲ କରିଥିବା ଜଣାପଡିଛି । କୋଷାଗୁମୁଡା ଥାନା ଅନ୍ତର୍ଗତ ଗିରୋଲା , ଆଉଁଳି ନିକଟରେ କୋଷାଗୁମୁଡା ପୁଲିସ ବାଉଁଶ ବାନ୍ଧି ସମ୍ପୂର୍ଣ ସିଲ କରାଯାଇଛି । ପ୍ରକାଶ ଯୋଗ୍ୟକି ବର୍ତ୍ତମାନ କୋରୋନା ର ପ୍ରକୋପ ଛତିଶଗଡ଼ ରାଜ୍ୟରେ ଦିନକୁଦିନ ହୁହୁ ହୋଇ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ଼ ସୀମା ଗୁଡିକୁ ସିଲ କରିବା ପାଇଁ ନିର୍ଦେଶନାମା ଜାରି କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନ କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନ କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେବାରୁ ଗତ କାଲି ସନ୍ଧ୍ୟାରେ କୋଷାଗୁମୁଡା ପୁଲିସ ପକ୍ଷରୁ ସବୁ ସୀମାକୁ ସିଲ କରିଥିବା କୋଷାଗୁମୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୀମା ସିଲ ସହ ଉକ୍ତ ସ୍ଥାନ ଗୁଡିକରେ ଫୋର୍ସ ମୁତାୟନ କରାଯାଇଥିବା ଜଣାପଡିଛି I

Comments (0)
Add Comment