ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର :- ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳ ବାସୀଙ୍କ ଦୁର୍ଦଶାର ଦୁଃଖ ପୁଣି ଥରେ ଦେଖିବାଜୁ ମିଳିଛି। କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ବ୍ଲକ ତେନ୍ତୁଳିଗୁମ୍ମା ଗାଁର ୩୦ ବର୍ଷୀୟ ଗୁରୁବାରୀ ମାଝୀ ନାମକ ଗର୍ଭବତୀ ମହିଳାଙ୍କୁ ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା, ଏହାପରେ ସ୍ଥାନୀୟ ଆଶାକର୍ମୀ ବୋଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସଟି ତେନ୍ତୁଳିଗୁମ୍ମା ଘାଟ ନିକଟରେ ପହଞ୍ଚିଥିଲା କିନ୍ତୁ ତେନ୍ତୁଳିଗୁମ୍ମାରୁ ଘାଟ ପର୍ଯ୍ୟନ୍ତ ଆସିବା ପାଇଁ ଦେଢ଼ କିଲୋମିଟର ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅଣ ଅସାରିୟା ରାସ୍ତା ଦେଇ ଗର୍ଭାବତୀଙ୍କୁ ଖଟିଆରେ ଦେଢ଼ କିଲୋମିଟର ବୋହି ଆଣିବା ପରେ ବୋଟ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ପୋଡାଗଡ ଘାଟକୁ ଅଣାଯିବାପରେ ଘାଟ ନିକଟରେ ପୂର୍ବରୁ ଅପେକ୍ଷା କରିଥିବା 108 ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ବର୍ତମାନ ଗର୍ଭବତୀ ମହିଳା ଜଣକ ତେନ୍ତୁଳିଖୁଣ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଅପରେସନ ଥିଏଟେର ମଧ୍ୟରେ ଅଛନ୍ତି। ଏଯାଏଁ ମହିଳାଙ୍କ ପ୍ରସବ ହୋଇନାହିଁ।

Comments (0)
Add Comment