ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିସ ୱାରକର ଆସୋସିଏସନ ତରଫରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଭାରତୀୟ ମୋଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିସ ୱାର୍କର ଆସୋସିଏସନ ତରଫରୁ ଅଙ୍ଗନୱାଡି କର୍ମୀମାନେ 12 ଦଫା ଦାବି ନେଇ ଏକ ବିରାଟ ପଦଯାତ୍ରା ସ୍ଥାନୀୟ ଶିବ ମନ୍ଦିର ଠାରୁ ବାହାରି ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିଥିଲେ l ମାନ୍ୟବର ପ୍ରଧାନମନ୍ତ୍ରୀ, ନୂଆଦିଲ୍ଲୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ଶିଶୁ ବିକାଶ ମନ୍ତ୍ରୀ ଓଡିଶା, ଓ ପାପଡାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମତୀ ରଞ୍ଜିତା ମଲ୍ଲିକ ଙ୍କ ଜରିଆରେ ଏକ 12 ଦଫା ଦାବି ପତ୍ର ପ୍ରଦାନ କରିଥିଲେ l ଏଥିରେ ମୋଜଦୁର ସଙ୍ଘ ର ଜିଲ୍ଲା ସମ୍ପାଦକ ପରମେଶ୍ୱର ବିଶୟୀ, ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ଓ ବ୍ଲକ ସେକ୍ରେଟେରୀ ସବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

Comments (0)
Add Comment