ତେଲ ଦର ବୃଦ୍ଧି କୁ ନେଇ କଂଗ୍ରେସ ର ଧାରଣା

ନବରଙ୍ଗପୁର ( କୋଶଲ ନ୍ୟୁଜ୍ ) ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଡୁଛି , ସାଧାରଣ ଲୋକ ଙ୍କ ଉପରେ ଏହାର ପ୍ରଭାବ ପଡିଛି । କେନ୍ଦ୍ର ସରକାର ଏଭଳି ତେଲ ଦର ଉପରେ ନିୟନ୍ତ୍ରଣ ହରାଇଛନ୍ତି । ଏହାର ପ୍ରତିବାଦ ରେ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ରେ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାର ତେଲ ଦର ଜିଏସଟି ଭାଟ ଛାଡ଼ କରିବା ପାଇଁ ଦାବି କରିଛନ୍ତି । କୋଡ଼ିଙ୍ଗା ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ କୋଷାଗୁମୁଡା ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଧାରଣାରେ ସକାଳ ୭ ଟା ରୁ ଦିନ ୧୧ ଟା ଯାଏଁ ଧାରଣା ଦେଇଥିଲେ ।

Comments (0)
Add Comment