ବିନା ଆଡ଼ମ୍ବର ରେ ପାଳିତ ହେଲା ଶ୍ରୀ ରାମ ନବମୀ

ଡାବୁଗାଁ ସ୍ଥିତ ରାମ ବାବାଙ୍କ ଆଶ୍ରମ ରେ ଭଗବାନ ଶ୍ରୀରାମ ଙ୍କ ଜନ୍ମ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଭକ୍ତ ମାନଙ୍କ ଆସିବା ରେ ବାରଣ ଥିବା ଯୋଗୁଁ ପାରମ୍ପରିକ ରିତୀ ଅନୁସାରେ କେବଳ ପୂଜା ଅର୍ଚ୍ଚନା କରା ଯାଇଥିଲା। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଶ୍ରୀ ରାମ ନବମୀ ର ଶୁଭେଚ୍ଛା ଦେବା ସହ କଭିଡ କଟକଣା ଯୋଗୁଁ ଘରେ ରହି ଭଗବାନ ଶ୍ରୀରାମ ଙ୍କ ଜନ୍ମ ଉତ୍ସବ ପାଳନ କରିବା ଏବଂ ବାଲ୍ମୀକି ରାମାୟଣ ଅଧ୍ୟୟନ କରିବାକୁ ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି।

Comments (0)
Add Comment