ଡାବୁଗାଁ ଅଞ୍ଚଳରେ ରାଜସ୍ୱ ରଥ ମାଧ୍ୟମରେ ଘୋରଘୋର ଯାଇ ସେବା ଜଗାଉଛନ୍ତି ତହସିଲଦାର

କୋଶଲ ନ୍ୟୁଜ୍ – ନବରଙ୍ଗପୁର ଜିଲ୍ଲା (ଡାବୁଗାଁ ବ୍ଳକ) :- ଡାବୁଗାଁ ଅଞ୍ଚଳରେ ରାଜସ୍ୱ ରଥ ମାଧ୍ୟମରେ ଘୋରଘୋର ଯାଇ ସେବା ଜଗାଉଛନ୍ତି ତହସିଲଦାର ।ଡାବୁଗାଁ ଠାରେ ଗତ ଗୁରୁବାର ରାଜସ୍ବରଥର ଶୁଭାରମ୍ଭ ହୋଇଥିଲା । ସ୍ଥାନୀୟ ତହସିଲଦାର ସନ୍ଧ୍ୟା ସମରଥ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ବ ରଥର ଶୁଭାରମ୍ଭ ନିମନ୍ତେ ଏହାକୁ ଉଦଘାଟନ କରି କଭିଡ ମହାମାରୀ ସମୟରେ ଲୋକଙ୍କୁ ହାତ ପାଆନ୍ତାରେ ରାଜସ୍ବ ବିଭାଗର ସମସ୍ତ ସୁବିଧା ଯୋଗାଇ ଦିଆଯିବା ଏହାର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ ।ବର୍ତ୍ତମାନ ଏହା ସଫଳ ମଧ୍ୟ କରି ଦେଖାଇଛନ୍ତି ତହସିଲଦାରସନ୍ଧ୍ୟା ସମରଥ ।

କିଛି ଗ୍ରାମରେ ଆର.ଆଇ ଏବଂ ତହସିଲ ଅଫିସର କିଛି ଅଧିକାରୀଙ୍କ ସହ ନିଜେ ତହସିଲଦାର ଯାଇ ଘର ଘର ବୁଲି (ROR) ଆର.ଓ.ଆର କଫି ପ୍ରଦାନ କରିଥିଲେ ଏବଂ ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରିବା ସହ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଯେଉଁସବୁ କାର୍ଯ୍ୟର ସୁବିଧା ଯୋଗାଇ ଦିଆଯାଉଥିଲା ବର୍ତ୍ତମାନ ସେସବୁ ଜନସାଧାରଣ ଙ୍କୁ ସେମାନଙ୍କ ଦାଣ୍ଡ ଦୁଆରେ ପହଞ୍ଚାଇ ଦିଆଯାଉଛି ।ଯଥା:- ଆବେଦନ କରୁଥିବା ଜାତିଗତ ପ୍ରମାଣ ପତ୍ର , ସ୍ଥାୟୀ ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର , ଖାରଜ ଜମି ପଟ୍ଟା , ଜମିର ନକଲ ପଟ୍ଟା ସୁବିଧାରେ କମ ସମୟ ମଧ୍ୟରେ ପାଇ ପାରିବେ ବୋଲି ଆଶା ପ୍ରକାଶ କରାଯାଇଛି ଏବଂ ସଫଳ ମଧ୍ୟ ହେଉଛି ।

Comments (0)
Add Comment