ରାସ୍ତା କାମ ନିମ୍ନ ମାନର ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମକୁ । ସଂଯୋଗ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଛି । ହେଲେ ନିମ୍ନମାନର କାମ ଯୋଗୁଁ ରାସ୍ତାର ନିର୍ମାଣ ହେବାର ଅଳ୍ପଦିନ ମଧ୍ୟରେ ଶୋଚନୀୟ ହୋଇପଡୁଛି । ଯଦ୍ୱାରା ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ନିରୀହ ଲୋକେ ଛନ୍ଦି ହୋଇ ପଡୁଛନ୍ତି । ଏପରି ଅବସ୍ଥା ଦେଖିବାକୁ ମିଳିଛି ଏହି ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା । ରାସ୍ତା ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଶୋଚନୀୟ ।

ହୋଇପଡ଼ିଥିବାରୁ ଲୋକେ ପ୍ରତିବାଦ ସ୍ବରୂପରାସ୍ତା କାମକୁ ବନ୍ଦ କରିଦେଇଛନ୍ତି । ତୁମ୍ବର୍ଲା ଠାରୁ ଗୁମିଦୋରା ରାସ୍ତାର ଏପରି ଅବସ୍ଥା ଦେଖି ଗତ ୪ଦିନ ମଧ୍ୟରେ ଲୋକେ କାମ ବନ୍ଦ କରାଇ ଦେଇଛନ୍ତି । ରାସ୍ତାରୁ ମାଟି ନ ହଟାଇ ଅଳ୍ପ ପରିମାଣରେ ଚିପ୍ସ ଏବଂ ବଜରି ପକାଇ ରାସ୍ତା କରାଯାଉଥିବାରୁ ଲୋକେ କାମ ବନ୍ଦ କରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଥାଉକି , ତୁମ୍ବର୍ଲା ଠାରୁ ଗୁମିଦୋରା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ପୁନଃ ମରାମତି ଲାଗି ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାମ ଚାଲିଛି । କାମ ନିକଟକୁ ଯନ୍ତ୍ରୀ ଆସୁନଥିବା ବେଳେ ଠିକାଦାର ନିଜ ଇଚ୍ଛାରେ ନିମ୍ନମାନର କାମ ଜାରି ରଖିଛନ୍ତି । ପ୍ରାରମ୍ଭରୁ ରାସ୍ତାର ଦୁଇପାର୍ଶ୍ବରୁ ମାଟି ବାହାରି କରି ରାସ୍ତାରେ ପକାଇଦେଲେ ।

ପରେ କିଛି ଭାଗ ଝାଡୁ ମାରି ପିଚୁ ପକାଇ ଚିପ୍ସ ଓ ବଜରି ପକାଇ କାମ ଚଳାଇଛଛି । ଯଦ୍ବାରା ରାସ୍ତାର ବହୁ ସ୍ଥାନରୁ ପିଚୁ ବାହାରି ଉଠିଯାଇଛି । ତେଣୁ ଚାରି ଦିନ ତଳେ ତୁମ୍ବର୍ଲା ଠାରୁ ଲହାରକାନି ରାସ୍ତା କାମ ବନ୍ଦ କରାଇଥିବା ବେଳେ ଆଜି ଚାନ୍ଦିଲି ଠାରୁ ଗୁମିଦୋରା ରାସ୍ତା କାମ ବନ୍ଦ କରାଇଛନ୍ତି । ସ୍ଥାନୀୟ ସରପଞ୍ଚ ମଧ୍ୟ ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି । ରାସ୍ତା କାମ ନିମ୍ନମାନର ହେଉଥିବାରୁ ସେହି ଅଞ୍ଚଳର ଘନ ଭତରା , ଲଛମନ ସୌରା , ଗୋବିନ୍ଦ ଜାନୀ , ଘେନୁ ପାଇକ , ବିଶୁ ପାଇକ ରାସ୍ତା କାମ ବନ୍ଦ କରାଗଲା ବୋଲି କହିଛନ୍ତି ।

Comments (0)
Add Comment