କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡାବୁଗାଁ ସାପ୍ତାହିକ ହାଟ ବନ୍ଦ

ନବରଙ୍ଗପୁର ଜିଲ୍ଲା :-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପରବର୍ତ୍ତୀ ନିର୍ଦେଶ ନ ମିଳିବା ପର୍ଯନ୍ତ ବନ୍ଦ ରହିବ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳର ସର୍ବସାଧାରଣଙ୍କୁ ଅବଗତ କରା ଯାଉଅଛି ଯେ କୋଭିଡ଼ ଦ୍ବିତୀୟ ଲହର ରାଜ୍ୟରେ ଅତ୍ୟଧୁକ ମାତ୍ରାରେ ବୃଦ୍ଧି ପାଉଥିବାରୁ ସାପ୍ତାହିକ ହାଟ ଗୁଡିକରେ ଜନଗହଳି ଯୋଗୁଁ କୋଭିଡ ସଂକ୍ରମଣର ଆଶଙ୍କା ଥିବାରୁ ଡାବୁଗାଁ ହାଟକୁ ଆସନ୍ତା କାଲି ବା ସାପ୍ତାହିକ ହାଟ ଦିନ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବା ପାଇଁ ନିସ୍ୱତୀ ନିଆଯାଇଛି ।

Comments (0)
Add Comment