ବରିଷ୍ଠ ନାଗରିକ ନେଲେ କରୋନା ଟୀକା

ନବରଙ୍ଗପୁର , ୪ / ୩ : ଡାବୁଗାଁ ହସ୍ପିଟାଲରେ ଆଜି ବରିଷ୍ଠ ନାଗରିକମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ , ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତିନି ଦିନରେ ପ୍ରାୟ୨୦୦ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯାଇଛି । ପୂର୍ବରୁ ନାମ ପଞ୍ଜିକରଣ କାରାଯାଇଥିବା ବେଳେ ଆଜି ସକାଳ ୮ଟା ଠାରୁ ବରିଷ୍ଠ ନାଗରିକମାନଙ୍କୁ ଥର୍ମାଲ ସ୍କାନିଂ କରାଯାଇଥିଲା ।

ଏହାପରେ ଜଣକ ପରେ ଜଣେ ଭିତରକୁ ପ୍ରବେଶ କରି ଟୀକା ନେଇଛନ୍ତି ।ଗତ ମଙ୍ଗଳବାର 2ତାରିଖ ରୁ ଡାବୁଗାଁ ବ୍ଲକରେ ବରିଷ୍ଠ ନାଗରିକ ମାନଙ୍କୁ ଟୀକା ପ୍ରଦାନ କରାଯାଉଛି । ଟୀକା ନେଇଥିବା ବରିଷ୍ଠ ନାଗରିକ ମାନେ ସମସ୍ତେ ଟୀକା ନେଇ ସରକାରଙ୍କୁ ସହଯୋଗ କରିବା ପାଇଁ ପ୍ରେରଣା ଦେଇଛନ୍ତି ।

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା ( ନବରଙ୍ଗପୁର )

କରୋନାସ୍ୱାସ୍ଥ୍ୟ
Comments (0)
Add Comment