ଡାବୁଗାଁ ଅଞ୍ଚଳରେ ସଟଡାଉନର ପ୍ରଭାବ ଦୋକାନ ବଜାର ବନ୍ଦ ରାସ୍ତା ଘାଟ ଶୂନଶାନ

ନବରଙ୍ଗପୁର ଜିଲ୍ଲା:- ନବରଙ୍ଗପୁର ଜିଲ୍ଲାରେ ଆଜି ୩୭୮ କରୋନା ଆକ୍ରାନ୍ତ ଛିନ୍ନଟ ହାଇଥିବା ବେଳେ । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିର୍ଦେଶ କ୍ରମେ ଡାବୁଗାଁ ଅଞ୍ଚଳରେ କରନା ମହାମାରୀ ରୁ ସୁରକ୍ଷିତ ରହିବା ପାଇଁ କଡାକଡି ଭାବେ ପାଳନ କରାଯାଇଛି କୋଭିଡ ନିୟମ। ବନ୍ଦ ନିଷ୍ପତି କୁ ସମର୍ଥନ ଜଣାଇ ସହରାଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଛି ଏବଂ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏହା ପ୍ରକୃତରେ ସ୍ୱାଗତଯୋଗ୍ୟ । କେବଳ ଔଷଧ ଦୋକାନ ଗୁଡ଼ିକ ଖୋଲା ରହିଥିବା ବେଳେ ଯାନବାହନ ଚଳାଚଳ ପ୍ରାୟତଃ ସଂପୂର୍ଣ୍ଣ ବନ୍ଦ ରହିଛି । ଦୋକାନ ବଜାର ବନ୍ଦ ଯୋଗୁଁ ରାସ୍ତାଘାଟ ଶୂନଶାନ ଜଣାପଡୁଛି । ପୋଲିସ ପକ୍ଷ ରୁ ଆଇଆଇସି, ଡାବୁଗାଁ ତହସିଲଦାର ଏବଂ ବିଡ଼ିଓଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ମାସ୍କ ଓ ହେଲମେଟ ଚେକିଂ ଜାରି ରହିଥିବା ବେଳେ ଏଣେତେଣେ ବୁଲୁଥିବା ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ଉଦ୍ୟମ ଜାରି ରହିଛି । କେବଳ ଜରୁରୀକାଳୀନ ସେବା ଗୁଡିକ ଉପଲବ୍ଧ ହେଉଛି । ଡାବୁଗାଁ ସହ ବନ୍ଦର ପ୍ରଭାବ ନିକଟସ୍ଥ ଗ୍ରାମ ଗୁଡିକରେ ମଧ୍ୟ ପଡିଛି । ଜନଗହଳି ରହୁଥିବା ଡାବୁଗାଁ ଅଞ୍ଚଳ ଦୁଇଦିନ ଧରି ଜନଶୂନ୍ୟ ହୋଇ ପଡ଼ିଛି କହିଲେ ଚଳେ।

Comments (0)
Add Comment