ବ୍ଲକ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ଠାରେ ଦସ୍ତଖତ ଅଭିଯାନ ।

ନବରଙ୍ଗପୁର (କୋଶଲ ନ୍ୟୁଜ)ତୈଳ ଦର ବୃଦ୍ଧି କୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କଂଗ୍ରେସ ଦଳ ପକ୍ଷରୁ କୋଡ଼ିଙ୍ଗା ସ୍ଥିତ ପେଟ୍ରୋଲ ପମ୍ପ ଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଷାଗୁମୁଡା ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଦିନକୁ ଦିନ ତୈଳ ଦର ବୃଦ୍ଧି ପାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରୋକିବାରେ ବିଫଳ ହୋଇଛନ୍ତି । ୟୁପିଏ ସରକାର ସମୟରେ ପେଟ୍ରୋଲ , ଡିଜେଲ , ଇନ୍ଧନ ଗ୍ୟାସ , ଖାଇବା ତେଲ , ଡାଲି ସବୁ ନିୟନ୍ତ୍ରଣ ରେ ଥିବା ବେଳେ କେନ୍ଦ୍ରର ମୋଦି ସରକାର ଦର ଦାମରେ ରୋକିବାରେ ବିଫଳ ହୋଇଛନ୍ତି । କେନ୍ଦ୍ରର ମୋଦି ସରକାର ଗରିବ ଲୋକଙ୍କୁ ନିରାଶ କରିଛି । ସାଧାରଣ ଜନତା ଏଭଳି ତୈଳ ଦର ବୃଦ୍ଧି କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସବୁ କୁ ନେଇ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ମାଧ୍ୟମରେ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମହାମହି ରାଷ୍ଟ୍ରପତି ଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଉପସଭାପତି ଧରମ ସିଂ , ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ , କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷା ଗୀତାମଣି ସମରଥ , ବ୍ଲକ ଉପାଧ୍ୟକ୍ଷ ପଦମସାଇ ମାଳି, ଧନୁର୍ଜୟ ବିଷୋୟୀ ଙ୍କ ସହ କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନର କଂଗ୍ରେସ କର୍ମୀ ମାନେ ଯୋଗଦେଇଥିଲେ ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ରୁ ବିଶ୍ଵନାଥ ବିଷୋୟୀ କୋଶଲ ନ୍ୟୁଜ୍

Comments (0)
Add Comment