ବିଜୁ ମହିଳା ଜନତା ଦଳର ରାଜ୍ୟ ସଂପାଦକ ଭାବେ ଶ୍ରୀମତୀ ନବିନା ନାୟକ ମନୋନୀତ

ନବରଙ୍ଗପୁର:-ବିଜୁ ମହିଳା ଜନତା ଦଳର ରାଜ୍ୟ ସଂପାଦକ ଭାବେ ଶ୍ରୀମତୀ ନବିନା ନାୟକ ମନୋନୀତ ହୋଇଛନ୍ତି। ଶ୍ରୀମତୀ ନାୟକ ଜଣେ ଦକ୍ଷ ସଂଗଠକ ଓ ସେ ପୂର୍ବତନ ଉମରକୋଟ ବିଧାୟକ ସୁବାଷ ଗଣ୍ଡଙ୍କ ପତ୍ନୀ ହୋଇଥିଲା ବେଳେ ସେ ରାଇଘର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଓ ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟା ଅଛନ୍ତି। ତାଙ୍କରି ନେତୃତ୍ବରେ ଦଳ ଅଧିକ ମଜବୁତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଶ୍ରୀମତୀ ନାୟକଙ୍କୁ ଏହି ପଦବୀ ଦିଆଯିବା ପରେ ଉମରକୋଟ ବିଜେଡି ମହଲରେ ଆନ୍ଦନର ଲହରୀ ଖେଳି ଯାଇଛି ଏଥି ପାଇଁ ଶ୍ରୀମତୀ ନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ସହ ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର କର୍ମୀ ମାନଂକୁ କୁର୍ତଜ୍ଞତା ଜଣାଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ସଜାଡ଼ିବା ପାଇଁ ବିଜେଡି ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି।

Comments (0)
Add Comment