ରାଷ୍ଟ୍ରବାଦି ଶିକ୍ଷକ ପରିଷଦର ରାଜ୍ୟ ସ୍ତରୀୟ ମିଡ଼ିଆ ବୈଠକ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ତା 12/06/21ରିଖ ରାଜ୍ୟ ସ୍ତରୀୟ ମିଡ଼ିଆ ପ୍ରକୋଷ୍ଠ ରାଷ୍ଟ୍ର ବାଦୀ ଶିକ୍ଷକ ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ଗୁଗୁଲ୍ ମିଟ ମାଧ୍ୟମ ରେ ଏକ ବୈଠକ ହୋଇ ଯାଇଛି l ଏଥିରେ ପରିଷଦର ସଭାପତି ଶ୍ରୀଯୁକ୍ତ ନିଲୁରାମ ଜେନା ସଭାପତିତ୍ବ କରିଥିଲେ l ମୁଖ୍ୟ ମାର୍ଗଦର୍ଶକ Dr ନାରାୟଣ ମହାନ୍ତି ଯୋଗ ଦେଇ ଶିକ୍ଷା, ସଂଗଠନ ଓ ସମାଜସେବା କୁ କେଉଁ ଭଳି ପ୍ରଚାର ଏବଂ ପ୍ରସାର କରାଯିବ ଅବଗତ କରିଥିଲେ l ମଧ୍ୟ୍ୟ ଓ ପୂର୍ବୋତ୍ତର କ୍ଷେତ୍ର, ABRSM, ଭାରତ ର ପ୍ରଭାରୀ ଜ୍ଞାନେନ୍ଦ୍ର ନାଥ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମିଡ଼ିଆ ର ଉପଯୋଗୀ ବିଷୟରେ ଆଲୋକପାତ କରିଥିଲେ l ଡ଼. ପବିତ୍ର କୁମାର ରଥ କେ. ପ୍ର. ABRSM, ଭାରତ ଯୋଗ ଦେଇ ସମାଜ ପ୍ରତି ଶିକ୍ଷକର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ l ରାଜ୍ୟ ମିଡ଼ିଆ ପ୍ରମୁଖ ଶ୍ରୀଯୁକ୍ତ ଅଞ୍ଜନ କୁମାର ଜେନା ବୃତ୍ତ କଥନ କରିଥିଲେ l ବରିଷ୍ଠ ମିଡ଼ିଆ ପ୍ରତିନିଧି ଶ୍ରୀଯୁକ୍ତ ତପନ କୁମାର ବିଶୋଇ ଯୋଗ ଦେଇ ଶିକ୍ଷାଦାନ କରୁଥିବା ପ୍ରତେକ ବ୍ୟକ୍ତି ଦେଶପାଇଁ ଜାତି ପାଇଁ ସମାଜ ପାଇଁ ଆଦର୍ଶ କୁ ନେଇ ମିଡିଆର ଗୁରୁତ୍ୱ ବଢ଼ାଇ ଥିଲେ l ପରିଷଦ ର ମହାମନ୍ତ୍ରୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପାଢ଼ୀ ସଭା କାଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ l ପରିଷଦ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ ବାଜୁବନ୍ଧ ଅତିଥି ଓ କାଯ୍ୟ କର୍ତ୍ତା ଙ୍କ ପରିଚୟ ପ୍ରଦାନ କରିଥିଲେ l ଡ଼ ଅଂତରଜାମୀ ଦୀକ୍ଷିତ ଗୁଗୁଲ ମୀଟ କୁ ପରିଚାଳନା ରେ ସାହାଯ୍ୟ କରିଥିଲେ l ବୈଠକ ଆରମ୍ଭ ରେ ସୁଶ୍ରୀ ଭାରତୀ ନାୟକ ମା ସରସ୍ବତୀ ବନ୍ଦନା ଓ ସର୍ବଶେଷରେ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଶାନ୍ତି ପାଠ କରାଇଥିଲେ l ରାଜ୍ୟର ଅଧିକାଂଶ ଜିଲ୍ଲା ରୁ ସଦସ୍ୟ ମନେ ଅଂଶ ଗ୍ରହଣ କରିଥିଲେ l ପରିଷଦ ର ପ୍ରାଥମିକ ସମବର୍ଗ ର ସମ୍ପାଦକ ଶ୍ରୀଯୁକ୍ତ ଅନାଦି ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment