ଡାବୁଗାଁ ବ୍ଲକ ଡୁମଣୀଗୁଡା ଜଙ୍ଗଲରେ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା:- ଡାବୁଗାଁ ଥାନା ଅଧିନ ଡୁମୁଣିଗୁଡ଼ା ଜଙ୍ଗଲରେ ଆଜି ଗୁରୁବାର ସକାଳେ ଏକ ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି |ମୃତ ବ୍ୟକ୍ତିର ପରିଚୟ ଜଣା ପଡ଼ି ନ ଥିବାବେଳେ ପରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଦୁଇରୁ ତିନି ଦିନ ପୂର୍ବରୁ ମୃତ୍ୟୁ ହୋଇ ଥିବା ଅନୁମାନ କରାଯାଉଛି | ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି | ତେବେ ଏହା ଆତ୍ମହତ୍ୟା ନା କେହି ହତ୍ୟା କରି ଜଙ୍ଗଲରେ ମୃତ ଦେହ ଝୁଲାଇ ଦେଇଛନ୍ତି ,ତାହା ବର୍ତ୍ତମାନ ପୁଲିସ ତଦନ୍ତ କରୁଛି |

Comments (0)
Add Comment