ଡାବୁଗାଁ ବ୍ଲକରେ କୋରୋନା ଯୋଗୁଁ ମୃତ୍ୟୁର ତାଣ୍ଡବ ଅରମ୍ବ ହୋଇଗଲାଣି

ନବରଙ୍ଗପୁର ଜିଲ୍ଲା:- (୨/୫ )ଡାବୁଗାଁ ବ୍ଲକରେ କୋରୋନା ଯୋଗୁଁ ମୃତ୍ୟୁର ତାଣ୍ଡବ ଅରମ୍ବ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାବୁଗାଁ ବ୍ଲକରେ କୋରୋନା ନେଲାଣି 3ଟି ମୁଣ୍ଡ । ଡାବୁଗାଁ ବ୍ଲକରେ ପ୍ରଥମ ଥର ମେ ୧ ରେ ପ୍ରଥମ ମୃତ୍ୟୁ ହାଇଥିବା ବେଳେ ଆଜି ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହଇଯାଇଛି ।ଦିନକୁ ଦିନ କରନା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି ଏଭଳି ସ୍ଥଳେ ଚିନ୍ତା ବଡାଉଛନ୍ତି ଅମାନିୟା ମାନେ ,ନା ମାସ୍କ ନା ସାମାଜିକ ଦୂରତା । ଉକ୍ତ ଖବର ଜଣାପଡିବା ପରେ ଡାବୁଗାଁ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି । ପ୍ରଥମେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ରୋ ମୃତ୍ୟୁ ହାଇଥିଲା କିନ୍ତୁ ଏବେ ଯେଉଁ ଭାଇ ମାନଙ୍କ ମୃତ୍ୟୁ ହାଇଛି ସେମାନେ କମ ବୟସ୍କ ବା ଯୁବକ ଥିଲେ ଚଳେ। ଏଥିନେଇ ଡାବୁଗାଁ ବ୍ଲକ ସଦର ମହକୁମାର ସମସ୍ତ ଗ୍ରାମବାସୀ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏବେ ମଧ୍ୟ ସମୟ ଅଛି ସମସ୍ତେ ସରକାରୀ ନିୟମ ମାନି ସାମାଜିକ ଦୂରତା ବଜାଇ ରଖି, ମାସ୍କ ପିନ୍ଧି ଏବଂ ଅତି ଆବଶ୍ୟକନ ପଡିଲେ ଘରରୁ ନ ବାହାରିବା ପାଇଁ ସମ୍ପୂର୍ଣ ଚେଷ୍ଟା କରିବା ।ବର୍ତ୍ତମାନ ଆଉ କାହାକୁ ବୁଝାଇବାର ସମୟ ନାହିଁ ନିଜେ ନିଜର ଆଉ ନିଜ ପରିବାର ବର୍ଗର ସୁରକ୍ଷା ପ୍ରତି ଧ୍ୟାନ ଦେବାର ସମୟ ଆସି ଗଲାଣି ।ନଚେତ ଆଗାମୀ ଦିନରେ ସ୍ଥିତି ଆହୁରି ଭୟାବହ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଅମାନିୟଙ୍କୁ ସାବାଡ଼ କରିବା ପାଇଁ ଖାଲି ତହସିଲ ପ୍ରଶାସନ ନୁହଁ, ବ୍ଲକ ପ୍ରଶାସନ ଏବଂ ପୁଲିସ ଭାଇମାନେ ବି ଆହୁରି ଅଧିକ କଡାକଡି ଭାବେ ନିଜ ନିଜ ଦାଇତ୍ୱ କରିବାକୁ ପଡିବ ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ ଲରିଛନ୍ତି ।

Comments (0)
Add Comment