ଅଧା ଅଧାରୁ ପଡି ରହିଛି ମାର୍କେଟ କମ୍ଳେସ୍

ନବରଙ୍ଗପୁର (କୋଶଲ ନ୍ୟୁଜ) ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ସନ୍ତୋଷ ପୁର ପଞ୍ଚାୟତ ସଦରମୋହକୁମା ସ୍ଥିତ ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ର ନିକୋଟସ୍ଥ ବରଗଛ ପାଖ କୁ ଲାଗି ପଞ୍ଚାୟତ ତରଫରୁ ମାର୍କେଟ କମ୍ପ୍ଲେକ୍ସ ତିଆରି କରାଯାଇଥିଲା । ଆନୁମାନିକ ପ୍ରାୟ ୮ବର୍ଷ ତଳେ ପଞ୍ଚାୟତ ତରଫରୁ ତିନୋଟି ମାର୍କେଟ କମ୍ପ୍ଲେକ୍ସ ତିଆରି କରାଯାଇ ଥିଲା ,ଯାହାକି ତିନୋଟି ଦୋକାନ ଗୃହରେ ଷୋର୍ଟର ମଧ୍ୟ ନ ଲଗାଇ ଅଧୁରା ଭାବରେ କାର୍ଯ୍ୟ ଶେଷ ହୋଇଅଛି । ଏହାକୁ ନେଇ ସ୍ଥାନୀୟ ଜନସାଧାରଣ କହିଛନ୍ତି ଯେ ,ଏହି ମାର୍କେଟ କମ୍ପ୍ଲେକ୍ସ ଟି ଗ୍ରାମର ମୁଖ୍ୟ ରାସ୍ତାରେ ନ ତିଆରି କରି ଗ୍ରାମ ମଝିରେ ଅଧା ଅଧୁରା କାମ କରି ଛାଡି ଦେଇଛନ୍ତି, କଣ ସରକାରଙ୍କ ଟଙ୍କା ଏଭଳି ଅନର୍ଥ ରେ ଖର୍ଚ୍ଚ କରି କୌଣସି କାର୍ଯ୍ୟ ରେ ନଲାଗିବା ଓ ଦୀର୍ଘଦିନ ହେଲା ଏଭଳି ଗାଇ ଘୁଷୁରୀ ମାନଙ୍କ ପାଇଁ ହୋଇଛି ,କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା କୁ ମରାମତି କରି ଗ୍ରାମର ବେବସାଇଙ୍କୁ ଦେଇ ଥିଲେ ପଞ୍ଚାୟତ କୁ କିଛି ଅର୍ଥ ମାସିକ କିମ୍ବା ବାର୍ଷିକ ଅନୁସାରେ ଆସିଥାନ୍ତା ଓ ପରିବେଶ ସ୍ଵଛତା ରହିଥାନ୍ତା ବୋଲି ସ୍ଥାନୀୟ ଭଦ୍ର ବ୍ୟକ୍ତି ମାନେ ମୋ ତ ପ୍ରକାଶ କରିଥିଲେ । ଏହି ମାର୍କେଟ କପ୍ଲେକ୍ସ ବିଷୟରେ ସନ୍ତୋଷପୁର ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପଚାରି ବାରୁ ସେ ଏହି ମାର୍କେଟ କପ୍ଲେକ୍ସ ବିଷୟରେ ତଥ୍ୟ ସଂଗ୍ରହ କରି ଜଣାଇବି ବୋଲି କହିଛନ୍ତି ।

Comments (0)
Add Comment