ଉମରକୋଟ ପୋଲିସ ଦ୍ୱାରା ୪ ଗଞ୍ଜେଇ ଚାଲାଣ କାରୀ ଗିରଫ୍

ନବରଙ୍ଗପୁର :- ଉମରକୋଟ ପୋଲିସ ଦ୍ୱାରା ୪ ଗଞ୍ଜେଇ ଚାଲାଣ କାରୀ ଙ୍କ ସହ ୪ ଟି ବାଇକ ଧରିବାରେ ସଫଳ ହୋଇଛି।ଗଞ୍ଜେଇ ଚାଲାଣ କାରୀ ବାରମ୍ବାର ନବରଙ୍ଗପୁର ପୋଲିସ ହାତରେ ଧାରା ପଡିଲେ ମଧ୍ୟ ଚାଲାଣ କାରୀଙ୍କ ମନରେ ଛନକା ପସିବାର ନା ନେଉନାହିଁ।ପ୍ରତି ଦୁଇ ଦିନ ରେ ଗୋଟିଏ ଗଞ୍ଜେଇ ଚାଲାଣ କାରୀ ଗୋଷ୍ଠି ବା ବ୍ୟକ୍ତି ପୋଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି।ସୂଚନା ଅନୁଯାୟୀ ଗତ ରାତି ରେ କୌଣସି ସୂତ୍ର ରୁ ଖବର ପାଇ ଉମରକୋଟ ଉପାଖଣ୍ଡିୟ ଅଧିକାରୀ ଡ଼. ଦିନେଶ କୁମାର ନାୟକ ଓ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଙ୍କ ତତ୍ୱାବଧାନ ରେ ଉମରକୋଟ ବ୍ଲକ ଚାନ୍ଦିୟା ବେଡା ଗ୍ରାମ ରବି ନାରାୟଣ ସମରଥ ଙ୍କ ଘରେ ଅଚାନକ ଚଢ଼ାଉ କରି 7 quintal 12 କେଜି ଓଜନର ଗଞ୍ଜେଇ ଜବତ କରିବା ସହ case no 82/2021,ରୁଜୁ କରି ୪ ଅଭିଯୁକ୍ତ ଧରିବାରେ ସଫଳ ହୋଇଛନ୍ତି।

ଏହି ଅଭିଯୁକ୍ତ ଙ୍କ ମଧ୍ୟରେ ଦୁଇ ଜଣ ସରକାରୀ କର୍ମଚାରୀ ବୋଲି ସୂଚନା ମିଳିଛି। ଏହାର ଆନୁମାନିକ ମୂଲ୍ୟ 50 ଲକ୍ଷ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଉପାଖଣ୍ଡିୟ ଅଧିକାରୀ ଡା. ଦିନେଶ କୁମାର ନାୟକ। ଏବଂ ଏହା ପଛରେ ଥିବା କାର୍ପଟ ଦାର ଙ୍କୁ ଧରିବାରେ ତଦନ୍ତ କରୁଥିବା କହିଛନ୍ତି। ନୂତନ ଭାବେ ଉପଖଣ୍ଡିୟ ଅଧିକାରୀ ଦିନେଶ କୁମାର ନାୟକ ଯୋଗ ଦେବା ପରେ ଉମରକୋଟ ପୋଲିସ ପ୍ରଶାସନ ତତ୍ପର ହୋଇ ଅନେକ ଅସାମାଜିକ ବ୍ୟକ୍ତି ଙ୍କୁ ଧରିବାରେ ସଫଳତା ହାସଲ କରିଥିବା ଦେଖିବାକୁ ମିଳୁଛି।

Comments (0)
Add Comment