ଉମରକୋଟ ଓକିଲ ସଂଘ ନିର୍ବାଚନ

ନବରଙ୍ଗପୁର :- ଉମରକୋଟ ଓକିଲ ସଂଘ ନିର୍ବାଚନ ରେ ସଭାପତି ଭାବେ ତପନ ଦେବନାଥ, ଉପ-ସଭାପତି ଭାବରେ ରାମ କୃଷ୍ଣ ନାୟକ, ଏବଂ ସଂପାଦକ ଭାବେ ଶାନ୍ତନୁ ବାହିନୀପତି ନିର୍ବାଚିତ ହୋଇଛନ୍ତି। ୨୭ ତାରିଖ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଏବଂ ଅପରାହ୍ନ ୪ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେଇ ଯାଇଥିଲା ।ସଭାପତି ପାଇଁ ତପନ ଦେବନାଥ ଓ ପ୍ରଶାନ୍ତ କୁମାର ସାହୁ ପ୍ରତିଦ୍ୱନ୍ଦିତା କରୁଥିବା ସ୍ଥଳେ ଉପ-ସଭାପତି ଭାବରେ ରାମ କୃଷ୍ଟନ ନାୟକ ଏବଂ ସଞ୍ଜୟ କୁମାର ନାୟକ, ସମ୍ପାଦକ ଭାବରେ ବିଜୟ କୁମାର ସିଂ ଏବଂ ଶାନ୍ତୁନୁ ବାହିନୀପତି ପ୍ରତିଦ୍ବନ୍ଦିତା କରିଥିଲେ। ସହ ସମ୍ପାଦକ ଭାବରେ ଜୟଦେବ ଖମାରି ଏବଂ କୋସାଧକ୍ଷ ଭାବରେ କମଲ ଜୈନ ନିର୍ବିବାଦରେ ପୂର୍ବରୁ ହିଁ ନିର୍ବାଚିତ ହୋଇଥିଲେ ।ବରିଷ୍ଠ ଆଇନଜୀବୀ ମନୋହର ମହାନ୍ତିଙ୍କୁ ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମହାପାତ୍ରଙ୍କୁ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା । ଉମରକୋଟ ଓକିଲ ସଂଘ ର ସମସ୍ତ ନବ ନିର୍ବାଚିତ ପଦାଧିକାରୀ ମାନଙ୍କୁ ଡାବୁଗାଁ ଓକିଲ ସଂଘ ପକ୍ଷରୁ ଜୟନ୍ତ କୁମାର ପାତ୍ର, ଦିୱାନ ସିଂ, ମିହିର ଶଙ୍କର ପାତ୍ର, ଏବଂ ଯୋଶବନ୍ତ ପାତ୍ର ଅଭିନନ୍ଦନ ଜଣାଇଛନ୍ତି।

Comments (0)
Add Comment