ଉମରକୋଟ ପୋଲିସ ହାତରେ ବଡ଼ ସଫଳତା

ନବରଙ୍ଗପୁର (କୋଶଲ ନ୍ୟୁଜ) ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ କୁ ଏକ ବଡ଼ ଧରଣର ସଫଳତା ମିଳିଛି!ସୂଚନା ଅନୁଯାଇ :ଗତ 9/6/2021ତାରିଖ ଦିନ ଉମରକୋଟ ସହର ର ଅରବିନ୍ଦନଗର, ଗୁଳିପଟନା ରେ ବସବାସ କରୁଥିବା ଶୈଲେନ ମଣ୍ଡଲ ଯିଏକି ଶିକ୍ଷକତା କରୁଛନ୍ତି ଏବଂ ସେ ନିଜ ପରିବାର ସହ ଉକ୍ତ ଦିନ ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ଡ଼ି ଏନ କେ ଗ୍ରାମ କୁ ନିଜର ବନ୍ଧୁ ବାନ୍ଧବ ଙ୍କ ଘରକୁ ଯାଇଥିଲେ!ଏବଂ ତାଙ୍କ ଘର ବନ୍ଦ ରହିଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘର ର କବାଟ ଭାଙ୍ଗି ଘରେ ପଶି ଚୋରି କରିଥିଲେ!ଏହା ଦେଖି ଶୈଲେନ ମଣ୍ଡଲ 10ତାରିଖ ରେ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ!ଉକ୍ତ ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ନରେଶ ପ୍ରଧାନ ଏବଂ ଅତିରିକ୍ତ ଥାନା ଅଧିକାରୀ ଲେମରାଜ ପ୍ରଧାନ ଏବଂ ପୋଲିସ ଫୋର୍ସ ଙ୍କ ସହଯୋଗରେ ଆଜି ତିନି ଜଣ ଚୋରି କରିଥିବା ଆସାମୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ!ସେମାନଙ୍କ ପାଖରୁ ଦୁଇଟି ଲାପଟପ, ଦୁଇଟି ସୁନା ମୁଦି, ଗୋଟିଏ ସୁନା ଚେନ, ଚାରୋଟି କାନଫୁଲ, ଗୋଟିଏ ରୁପା ପାଉଁଜି, ଗୋଟିଏ ନାକର, ଦୁଇଟି ଝିକା, ଗୋଟିଏ ସ୍କୃଡ୍ରାଇଭର ଏବଂ ନଗଦ 21ହଜାର ଟଙ୍କା ଜବତ କରିବା ର ସୂଚନା ଉମରକୋଟ ଏସ ଡ଼ି ପି ଓ ଦିନେଶ ନାୟକ ସୂଚନା ଦେଇଛନ୍ତି ଏବଂ ଧାରା 457,380ରେ ଗିରଫ କରି କେସ ନଂ 214/21ରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।।

Comments (0)
Add Comment