ପୋଲିସ ବାବୁଙ୍କ ଠାରୁ ଚାଲାଣ କାଟିବ କିଏ; ନିଜେ ସଚେତନ ନ ହୋଇ ଲୋକଙ୍କୁ କରୁଛନ୍ତି ସଚେତନ

ନବରଙ୍ଗପୁର ଜିଲ୍ଲା (କୁନ୍ଦେଇ):- ସୋମବାର ଦିନ ରାତି ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଠାରେ ପୋଲିସ ତରଫରୁ ମାସ୍କ ହେଲମେଟ ଚେକିଂ କଡା଼ କଡୀ଼ ଭାବେ ଚାଲିଥିଲା! କିନ୍ତୁ ପୋଲିସ ବାବୁ ଲୋକଙ୍କ ଠାରୁ ଚାଲାଣ କାଟୁଥିବା ସମୟରେ ଯେଉଁମାନେ ମାସ୍କ ପିନ୍ଧିନଥିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରୁଥିଲେ କିନ୍ତୁ ପୋଲିସ ବାବୁ ନିଜେ ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ପ୍ରଶ୍ନ ଉଠୁଛି ପୋଲିସ ବାବୁଙ୍କ ଠାରୁ ଚାଲାଣ କାଟିବ କିଏ; ନିଜେ ସଚେତନ ନ ହୋଇ ଲୋକଙ୍କୁ କରୁଛନ୍ତି ସଚେତନ ???
ଏହଉଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ର ଦୃଶ୍ୟ ପ୍ରଶାସନ ଯଦି ଲୋକଙ୍କୁ ସଚେତନ କରୁଛନ୍ତି ତାହା ହେଲେ ନିଜେ ସଚେତନ ରହି ଲୋକଙ୍କୁ ସଚେତନ କରିବା ଉଚିତ କିନ୍ତୁ ପୋଲିସ ପ୍ରଶାସହନ ନିଜେ ଅବହେଲା।ଖାଲି ପୋଲିସ ପ୍ରଶାସନ ନୁହଁ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀ ମାନେ ମଧ୍ୟ ବଧିକାଂଶ ସମୟରେ ମାସ୍କ ବ୍ୟବହାର କରୁ ନାହାନ୍ତି ଯଦିବି ମାସ୍କ ବ୍ୟବହାର କରୁଛନ୍ତି କେବଳ ମାସ୍କ ବେକରେ ଜୁଳୁଥିବା ଦ୍ଵଖିବା ପାଇଁ ମିଳୁଛି ।ପ୍ରଥମେ ନିଜେ ସତର୍କ ରହି ସାଧାରଣ ଜନତାଙ୍କ ସଚେତନ କଲେ ଭଲ ହାଇଥାନ୍ତା ।

Comments (0)
Add Comment