ବେତିଆପଡ଼ାରେ ମହୁଲ ଗଛ ପଡି ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ବୁଧବାର ଦ୍ୱିପହରରେ ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ହୋଇଥିଲା।ବର୍ଷା ସାଙ୍ଗକୁ ପ୍ରବଳ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ସବୁ ଉପୁଡ଼ି ପଡିଥିଲା ।ଏହି ପରିପ୍ରେକ୍ଷୀରେ ବ୍ଳକର ବେନଗାଁ ପଞ୍ଚାୟତ ବେତିଆପଡା ଗାଁ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଦେଖିବାକୁ ମିଳିଥିଲା।ବର୍ଷା ଯୋଗୁଁ ଗାଁର ରୁପଲି ମାଝୀ(୪୫) ଏକ ମହୁଲ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ପବନରେ ମହୁଲ ଗଛ ଭାଙ୍ଗି ଯିବା ଫଳରେ ଗଛ ତକେ ଚାପି ହୋଇ ରୁପଲିଙ୍କ ମୃତ୍ୟୁ ଘଟିଥିଲା।ଆଜି ପୁଅ ରାମଚନ୍ଦ୍ର ମାଝୀ ବିଜେପୁର ଥାନାରେ ମାଆଙ୍କ ମୃତ୍ୟୁ କୁ ନେଇ ଲିଖିତ ଅଭିଯୋଗ ପରେ ବିଜେପୁର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ରିପୋର୍ଟ-ମଳୟ ବେନୁଆଁ.

Comments (0)
Add Comment