ମହୁଲି ନିଶାରେ ହୋଲି ନିଆଁ ରେ ଝାସ ଦେଇ ଯୁବକ ଏବେ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର – ହୋଲି ନିଆଁ ଜଳୁଚି , ଗାଁ ଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ଲୋକ ବାଜୁଥିଲା ହୋଲି ବାଜା ହେଲେ ଏତିକି ବେଳେ ଗାଁ ର ଏକ ଯୁବକ ମହୁଲି ମଦ ପିଇ ମାତାଲ ହୋଇ ଛୁଟୀ ଆସିଥିଲା ହୋଲି ନିଆଁ ପାଖକୁ l କାହାରିକୁ ଭୃକ୍ଷେପ ନାହିଁ, ନିଆଁ କୁ ଡେଇଁ ନିଆଁ ରେ ଚାଲିବାକୁ ଜବରଦସ୍ତଭାବେ ପଶିବାକୁ ଚେଷ୍ଟା କରିଥିଲେ, ଲୋକ ଏହା ଦେଖି ବାରଣ ବି କରିଥିଲେ ହେଲେ ସେତେବେଳକୁ ସେ ଲୋକଙ୍କ ଆଖିକୁ ଚକମା ଦେଇ ପଶି ଯାଇଥିଲେ ନିଆଁ ଭିତରକୁ l ହେଲେ ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଥାନା ବନାମହୁଲ ଗାଁ ର l ସୂଚନା ଅନୁଯାୟୀ ଗତକାଲି ରାତି ଗାଁ ର ପାରମ୍ପରିକ ପର୍ବ ହୋଲି ଦହନ ଅବସରରେ ଗାଁ ଲୋକ ରୁଣ୍ଡ ହୋଇ କାଠ ପାଳ ସଂଗ୍ରହ କରି ନିଆଁ ଲଗାଇ ଥିଲେ କିଛି ସମୟ ପରେ ସେ ନିଆଁ ରେ ଗାଁ ର ଆବାଳବୃଦ୍ଧ ବନିତା ସମସ୍ତେ ଚାଲି ଥାଆନ୍ତେ, ହେଲେ ଏତିକି ବେଳେ ଗାଁ ର ଯାଦବ ମାଝୀ ନାମକ ଯୁବକ କେଉଁ ଆଡ଼ୁ ମଦ ପିଇ ମାତାଲ ଅବସ୍ଥାରେ ନିଆଁ ମଧ୍ୟକୁ ପ୍ରବେଶ କରିଥିଲେ ଓ ଜଳି ଯାଇଥିଲେ, ତାହାଙ୍କୁ ଗାଁଲୋକେ ତୁରନ୍ତ ଉଦ୍ଧାର କରି ଶହେ ଆଠ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି କୁ ପ୍ରେରଣ କରିଥିଲେ ,ତେବେ ଯାଦବଙ୍କ ଦେହ ସମ୍ପୂର୍ଣ୍ଣ ଜଳି ଯାଇଥିବା ଯୋଗୁଁ ତାଙ୍କୁ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତେବେ ଗାଁ ର ଯୁବକ ମାନେ ଏଭଳି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପରମ୍ପରା ଅନୁସାରେ ହୋଲି ନିଆଁ ଲଗାଇ ଖେଳିଥାନ୍ତି ତେବେ ମାତାଲ ଯୁବକ ର ଏଭଳି କାର୍ଯ୍ୟକଳାପ କୁ ସାଧାରଣରେ ନିନ୍ଦା କରାଯାଉଛି l ବର୍ତ୍ତମାନ ସୁଦ୍ଧା ଯୁବକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି!

Comments (0)
Add Comment