ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଗତ ୩ ସପ୍ତାହ ଧରି ଲଗାତାର ଜାରି ରହିଥିବା ଶୀତଲହରୀ ସହ ହୋଇଥିବା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତ ବର୍ଷ ଜାନୁଆରୀ ମାସରେ ଗତ ଦଶନ୍ଧି ମଧ୍ୟରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି।


ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ସାରା ଦେଶରେ ଫେବ୍ରୁଆରୀ ମାସରେ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୩୧ ଜାନୁଆରୀ ଅପରାହ୍ଣରୁ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ବର୍ଷା ହେଉଛି। ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଓ ଜମ୍ମୁ-କାଶ୍ମୀରରେ ବର୍ଷା ହେଉଛି। ଏହାସହ ତୁଷାରପାତ ମଧ୍ୟ ହେଉଛି। ପାଣିପାଗ ବିଭାଗ ସୂଚନାନୁଯାୟୀ, ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ସାରା ଉତ୍ତର ଭାରତରେ ଶୀତ ଲହରୀର ସ୍ଥିତି ଜାରି ରହିବ। ଏହାପରେ ୫ ତାରିଖ ପରେ ପାଗରେ ପରିବର୍ତ୍ତନ ହେବାର ଅନୁମାନ କରାଯାଇଛି।


ଉତ୍ତର ଭାରତରେ ଆଉ କିଛି ଦିନ କୁହୁଡି ଜାରି ରହିବ। ବୁଧବାର ଓ ଗୁରୁବାର ବର୍ଷା ହେବା ପରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟରୁ ୪ ଡିଗ୍ରୀ ସେଲସିୟସ ତଳକୁ ରେକର୍ଡ କରାଯାଇଛି।

Comments (0)
Add Comment