ରାସନ କାର୍ଡ୍ ସ୍ଥାନାନ୍ତରିତ ପାଇଁ ଅଭିଯୋଗ କଲେ ମଧ୍ଯ ଶୁଣୁ ନାହାନ୍ତି କେହି

ସରକାର ସାଧାରଣ ଲୋକେ ଯେମିତି କେହି ଭୋକ ଉପବାସ ରେ ନ ରହିବେ ସେଥିପାଇଁ ଖାଦ୍ଯ ସୁରକ୍ଷା ଯୋଜନା ଆଇନ୍ କରିଛନ୍ତି l ଆଉ ଏଇ ଯୋଜନା ମାଧ୍ଯମରେ ଲୋକଙ୍କୁ ଚାଉଳ, ଡାଲି, ଗହମ ,କିରୋସିନ ଭଳି ଅନେକ ଖାଦ୍ଯ ସମଗ୍ରି ଯୋଗାଇ ଦେବା ସହ ଏସବୁ ର ଉଠାଣ ପାଇଁ ରାସନ କାର୍ଡ୍ ପ୍ରଦାନ କରିଛନ୍ତି l କିନ୍ତୁ କାର୍ଡ୍ ରହିଛି ହେଲେ ପାଖରେ କେହି ସାହାରା ନଥିବାରୁ ରାସନ ଆଣିବା ପାଇଁ କଷ୍ଟ ସାଧ୍ଯ ହୋଇ ପଡିଛି l ଏଭଳି ସ୍ଥିତିରେ ଅନ୍ଯତ୍ର ଗାଁରେ ରହିଥିବା ନିଜ ପୁତ୍ର ବଧୁଙ୍କ ଘରେ ରହି ଜୀବନ ବିତାଉଛନ୍ତି ବୃଦ୍ଧ ଜଣକ l ଅନ୍ଯପଟେ ରାସନ କାର୍ଡ୍ ସ୍ଥାନାନ୍ତରିତ କରିବା ପାଇଁ ବ୍ଲକ୍ ପ୍ରଶାସନ କୁ ଅଭିଯୋଗ କଲେ ମଧ୍ଯ ଗୁହାରୀ ସୁଣୁ ନଥିବା ଅଭିଯୋଗ ହୋଇଛି l ଏପରି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଯୋରାଡବରା ପଞ୍ଚାୟତ ସ୍ଥିତ କୁଶୁର୍ଲା ଗାଁରୁ l ଏହି ଗାଁର ମିନ କେତନ ଗୁରୁ ଆଜକୁ ପ୍ରାୟ ୫ ବର୍ଷ ହେବ ନିଜ ପୁତ୍ର ବଧୁ ଙ୍କ ସହ ଜିଲ୍ଲାରେ ଥିବା ମ.ରାମପୁର ବ୍ଲକ୍ ମୁଡିଂ ପଞ୍ଚାୟତ ର ଘୋଡାପୋଖରୀ ଗାଁରେ ବସବାସ କରୁଛନ୍ତି l କିନ୍ତୁ ଦୁର୍ଭାଗ୍ଯ ବସତଃ ୨୦୧୭ ମସିହା ଡିସେମ୍ବର ୧୭ ତାରିଖ ଦିନ ତାଙ୍କ ପୁତ୍ର ଛନ୍ଦା ଚରଣ ରୋଗାଗ୍ରସ୍ତ ହୋଇ ମୃତ୍ଯୁ ବରଣ କରିଥିଲେ l ତେବେ ପୁଅ ର ମୃତ୍ଯୁ ହେବା ପରେ ଏବେ ପୁତ୍ର ବଧୁ ଜ୍ଯୋତିର୍ମୟୀ ଗୁରୁ ଙ୍କ ସହ ରହୁଛନ୍ତି ବୃଦ୍ଧା ଜଣକ l ଯାହା ଫଳରେ ଘୋଡାପଖରୀ ଗାଁରୁ ଯୋରାଡବରା ଗ୍ରାମ ପଞ୍ଚାୟତ କୁ ଆସି ରାସନ ନେବା ପାଇଁ ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ l ଏଭଳି ପରିସ୍ଥିତିରେ ନିଜର ରାସନ କାର୍ଡ ସ୍ଥାନାନ୍ତରିତ କରିବା ପାଇଁ ଗତ ଡିସେମ୍ବର ୨୧ ତାରିଖ ଦିନ କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ପରିତାପ ର ବିଷୟ ନିରିହ ବୃଦ୍ଧା ଜଣକୁ ଖୁବ ଶିଘ୍ର ରାସନ କାର୍ଡ୍ ସ୍ଥାନାନ୍ତରିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟଦର୍ଶନି ମିର୍ଦ୍ଧା l ତେବେ ଅଭିଯୋଗ ର ୫ ମାସ ୭ ଦିନ ବିତି ଯାଇଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ ରାସନ୍ କାର୍ଡ୍ ସ୍ଥାନାନ୍ତରିତ କରିବା ପାଇଁ କୌଣଷି ବ୍ଯବସ୍ଥା କରାଯାଇ ନାହିଁ l ଅପର ପକ୍ଷେ କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ରାସନ୍ କାର୍ଡ୍ ସ୍ଥାନାନ୍ତରିତ କରାଯିବ ବୋଲି ପ୍ରତିଶୃତି ଦେଇ ଥିଲେ ମଧ୍ଯ ପ୍ରତିଶୃତି ରକ୍ଷା କରି ପାରି ନଥିବା ଅଭିଯୋଗ କରୁଛନ୍ତି ରାସନ କାର୍ଡ୍ ହିତାଧିକାରୀ l ତେବେ ଏହି ରାସନ କାର୍ଡ୍ କେବେ ସ୍ଥାନାନ୍ତରିତ କରାଯିବ ଏବଂ ହିତାଧିକାରୀ ମିନ କେତନ ଗୁରୁ ଙ୍କୁ ବର୍ତ୍ତମାନ ଠିକଣାରେ କେବେ ରାସନ ପ୍ରଦାନ କରାଯିବ ତାହା ଦେଖିବାକୁ ବାକି ରହିଲା l

Comments (0)
Add Comment