ଓଡ଼ିଶା-ମୋ ପରିବାର “ଜୀବନ ବିନ୍ଦୁ” ୩୦ ୟୁନିଟ ରକ୍ତ ସଂଗ୍ରହ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ
ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି 79 ଠାରେ “ଓଡ଼ିଶା-ମୋ ପରିବାର” ଆନୁକୁଲ୍ୟରେ “ବ୍ଲକ ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର”, “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରାସଦ ତ୍ରିପାଠୀ ଏହାର ଶୁଭାରମ୍ଭ କରିଥିଲେ l ରକ୍ତ ଦାତା ଓ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଉତ୍ସାହିତ କରିବା ପାଇଁ ଏମଭି 80 ଗ୍ରାମର ସମାଜସେବୀ ପାଚୁରାମ ସରକାର ଉପସ୍ଥିତ ଥିଲେ l ପାଚୁରାମ ବାବୁ ରକ୍ତଦାନ କେନ୍ଦ୍ରରେ ଉପସ୍ଥିତ ଥିବା ସମସ୍ତଙ୍କୁ ମାସ୍କ ବଣ୍ଟନ କରିଥିଲେ l ଆଜିର ଏହି ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର 31 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଜନତା ଦଳର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସଭାପତି ଶ୍ରୀଯୁକ୍ତ ଆଡ଼ମା ରାବା, ଏମଭି 79ର ସାଧାରଣ ବିଜୁ ଜନତା ଦଳର ସମ୍ପାଦକ ଆଶିଷ ବାଇନ, ଚିରଞ୍ଜିତ ଵାଲା, ସଦସ୍ୟ ରାକେଶ ମଣ୍ଡଲ,ସ୍ୱାମୀ ବିବେକାନନ୍ଦ ଯୁବ ସଙ୍ଘର ସଭାପତି ପ୍ରଲାଦ ଦାସ, ସୂରଜ କୁମାର ବେହେରା, ଆଦି ଯୋଗ ଦେଇ ସାହାଯ୍ୟ ସହଯୋଗ କରିଥିଲେ।

Comments (0)
Add Comment