ଉତ୍କଳ ଦିବସ କୁ ବିରୋଧ କଲେ କଳାହାଣ୍ଡି ର କୋଶଲ ସଂଗ୍ରାମୀ

ଉତ୍କଲ ଦିବସ ରେ କଲାପାତକା ଦେଖାଇଲେ କଲାହାଣ୍ଡି କୋଶଲ ସଂଘ, ପଶ୍ଚିମାଞ୍ଚଳ ର ୧୦ ଜିଲ୍ଳା ଆଉ ଗୋଟେ ବ୍ଳକ ର କୋଟି ପାଖାପାଖି ଜନବସତି ଅଞ୍ଚଳ ବାସି ଙ୍କ ପ୍ରତି ସବୁବେଳେ ଓଡ଼ିଶା ସରକାର ବୈମାତୃକ ମନୋଭାବ ସାନ ଭାଇ ର ଭାଗ ବି ଦଉନଥିବା ସହ ଭାଷା ସଂସ୍କୃତି ସଭ୍ୟତା କୁ ସବୁବେଳେ ଅତ୍ୟାଚାର କରାଯାଉଛି। ଯେତେବେଳେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। କଲିଙ୍ଗ, ଉତ୍କଳ, କୋଶଳ ଭୁଖଣ୍ଡ କୁ ନେଇ ଗଠିତ କିନ୍ତୁ କୋଶଲ ର ନାଁ ମଧ୍ୟ ଇତିହାସ ରେ ସ୍ଥାନ ଦେଲେ ନାହିଁ । କି ଆମର ପରମ୍ପରା କୁ ମଧ୍ୟ ସମ୍ମାନ ଦେଲେ ନାହିଁ,ଆଉ ସବୁ ବେଳେ ଉତ୍କଲ, କଲିଙ୍ଗ ସଂସ୍କୃତି କୁ ଲଦି ଦିଆଯାଇଛି । ବୋଲି ସଂଗ୍ରାମୀ ମାନଙ୍କ ମଧ୍ୟରେ କ୍ଷୋବ ପ୍ରକାଶ ପାଇବା ସହ ଚେତାବନୀ ମଧ୍ୟ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ପପୁ ସେନାପତି ପରିଚାଳନା କରିଥିଲି । ଆଗକୁ ସରକାର ଯଦି ସଚେତନ ନ ହୁଏ ଆନ୍ଦୋଳନ ତିବ୍ର ହେବା ସହ କୋଶଲ ରାଜ୍ୟ ପାଇଁ ଲଢେଇ ହବ କହିଛନ୍ତି କୋଶଲ ସଂଗ୍ରାମୀ |

Comments (0)
Add Comment