ପାତାଳୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ସହ ଗଜାନନ ବେଶ ରେ ଦର୍ଶନ ଦେଲେ ମହାପ୍ରଭୁ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲିଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଏ ରେ ଆଜି ସେବାୟତ ଓ ସୀମିତ ଭକ୍ତ ଙ୍କ ଦ୍ବାରା ନିତିକାନ୍ତି ରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛଳିଆ ପାହାଡ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ସେବାୟତମାନେ ସକାଳୁ ଠାକୁରମାନଙ୍କୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ପୂଜକଙ୍କ ଦ୍ୱାରା ପାରଂପରିକ ପୂଜାର୍ଚ୍ଚନା ସରିବାପରେ ଭକ୍ତ ଙ୍କ ଦ୍ବାରା ଅଣାଯାଇଥିବା ୧୦୮ ଗରା ଜଳରେ ତିନିଠାକୁରଙ୍କୁ ସ୍ନାନ କରାଯାଇଥିଲା । ପରେ ସେବାୟତ ମାନଙ୍କ ଦ୍ବାରା ମହାପ୍ରଭୁଙ୍କୁ ଗଜାନନ ବେଶ ରେ ସଜା ଯାଇଥିଲା ।କରୋନା କଟକଣା ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ ମନା କରାଯାଇ ଥିବାବେଳେ ସମସ୍ତ ବିଧି ଯେମିତି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଅନ୍ୟ ବର୍ଷ ଗୁଡିକ ଶହ ଶହ ଭକ୍ତ ମଧ୍ୟରେ ସ୍ନାନ ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସୀମିତ ଭକ୍ତ ଙ୍କ ଉପସ୍ଥିତ ଯୋଗୁଁ ଛଳିଆ ପାହାଡ ଭକ୍ତ ଶୂନ୍ୟ ଲାଗୁଛି ।ଏହା ସହିତ ଜିଲାର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ କରୋନା କଟକଣା କୁ ମାନି ସିମୀତ ସେବାୟତମାନଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି ।

Comments (0)
Add Comment