ନାବାଳିକା ଅପହରଣ ଘଟଣାରେ ପୋଲିସ ନୀରବ ଦ୍ରଷ୍ଟା

ଜଗତସିଂହପୁର(କୋଶଲ ନ୍ୟୁଜ୍): ଅଭିଯୋଗର ଏକୋଇଶ ଦିନ ବିତିଗଲା ପରେବି ଅପହରଣକାରୀର ସୁରାକ ପାଇପାରୁନି ତିର୍ତ୍ତୋଲ ପୋଲିସ । ଅନ୍ୟପକ୍ଷରେ ଏସଡିପିଓ ଶ୍ରୀ ଦୀପକ କୁମାର ଜେନା କହିଛନ୍ତି,”ପୋଲିସ ପକ୍ଷରୁ ଅନୁସଂଧାନ ଜାରିରହିଛି । ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ। ନାବାଳିକାକୁ ଅପହର୍ତ୍ତାଙ୍କ ଠାରୁ ଖୁବ୍ ଶିଘ୍ର ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦିଆଯିବ। ତିର୍ତ୍ତୋଲ ଆଇଆଇସି ଏହି କଥା କହିଥିବା ଝିଅର ବାପ ପ୍ରକାରାନ୍ତରେ ମିଡିଆକୁ ସୂଚନା ଦେଇଛନ୍ତି । ପୋଲିସ ତଦନ୍ତ କରିଥିଲେ ଆସାମୀ ଧରାପଡି ଝିଅ ଉଦ୍ଧାର ହୋଇସାରନ୍ତାଣି ମାତ୍ର ପୋଲିସ ନୀରବ ଦ୍ରଷ୍ଟା ସାଜିଛି ବୋଲି ଅପହୃତା ନାବାଳିକାର ଜଣେ ସଂପର୍କୀୟ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ତେବେ ୧୩ ବର୍ଷୀୟା ନାବାଳିକା ଅପହରଣ ଘଟଣା ପଛର ମାଷ୍ଟର ମାଇଣ୍ଡ କିଏ। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମରୁ। ସୂଚନା ମୁତାବକ ସିରସ୍ତା ଗ୍ରାମର ସୁରେନ୍ଦ୍ର ନାଥ ସାମଲଙ୍କ ନାବାଳିକା ୧୩ ବର୍ଷୀୟ ଝିଅ ଶୁଭଶ୍ରୀ ସାମଲଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଟିରା ଗ୍ରାମର ଭିକାରୀ ଦଳାଇଙ୍କ ପୁଅ ସୁବାସ ଚନ୍ଦ୍ର ଦଳାଇ ଆଜକୁ ୨୧ ଦିନ ହେବ ଅପହରଣ କରି ନେଇ ଥିବା ଜଣାପଡ଼ିଛି। ତେବେ ୧୩ ବର୍ଷୀୟ ନାବାଳିକା ଝିଅ ଅପହରଣ ହୋଇଥିବା ନେଇ ପରିବାର ପକ୍ଷରୁ ଶୁଭଶ୍ରୀଙ୍କ ପିତା ସୁରେନ୍ଦ୍ର ନାଥ ସାମଲ ଗତ ଜୁନ୍ ମାସ ୨୧ ତାରିଖ ଦିନ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ଅଭିଯୋଗ ଆଧାରରେ ତିର୍ତ୍ତୋଲ ପୋଲିସ ଏତେଲାଟିକୁ କେସ୍ ନମ୍ବର ୨୪୯/୨୧ ପଞ୍ଜିକୃତ କରିବା ସହିତ ତଦନ୍ତ ପକ୍ରିୟା ଜାରୀ ରଖି ଥିବା ବେଳେ ଆଜକୁ ୨୧ ଦିନ ବିତିଗଲା ପରେବି ଅପହରଣକାରୀର କୌଣସି ସୁରାକ ପାଇପାରିନି । ସିରସ୍ତା ନାବାଳିକା ଅପହରଣ ଘଟଣା ଏବେ ତିର୍ତ୍ତୋଲ ପୋଲିସ ପାଇଁ ଏକ ଚାଲେଞ୍ଜ୍ ହୋଇଛି । ପୋଲିସ କେବେ ଅପହର୍ତ୍ତାକୁ ଗିରଫ କରି ନାବାଳିକାକୁ ଉଦ୍ଧାର କରୁଛି ତାହା ଦେଖିବାକୁ ବାକି ରହିଲା।

Comments (0)
Add Comment