ସାଧାରଣ ଜନତାଙ୍କ ମନରୁ ପୋଲିସ ପ୍ରତିଥିବା ଭୟ କମାଇବା ପାଇଁ CRPF ପକ୍ଷ ରୁ ଜନ ସମ୍ପର୍କ ଶିବିର

ନବରଙ୍ଗପୁର:- ରାଇଘର ବ୍ଳକ ଅନ୍ତର୍ଗତ ଫୁଟାନଡା ଗ୍ରାମ ଠାରେ ସାଧାରଣ ଜନତା ଙ୍କ ମନରେ ପୋଲିସ ପ୍ରତି ଥିବା ଭୟ କମାଇବା ପାଇଁ ଏବଂ ମାଓବାଦୀ ଙ୍କ ନିକଟତର ନହୋଇ CRPF ଯବାନ ଙ୍କ ସହିତ ଗ୍ରାମବାସୀ ଙ୍କ ଏକ ସନ୍ତୁଳିତ ବନ୍ଧତ୍ବ ସ୍ଥାପନ ହୋଇପାରିବ ସେଥିପାଇଁ ପୋଲିସ/CRPF ପକ୍ଷ ରୁ ଆପ୍ରାଣ ପ୍ରାଣେ ଚେଷ୍ଟା ଚାଲିଛି । ଏହି ପରିପ୍ରେକ୍ଷୀ ରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଫୁଟାନଡ଼ା ଗ୍ରାମ ରେ CRPF ଦ୍ୱାରା ଲୋକ ସମ୍ପର୍କ ଶିବିର ଅନୁଷ୍ଠିତ କରାଯାଇଛି।V.O-1 ରାଜ୍ୟରେ ଯେଉଁ ସବୁ ଉପାନ୍ତ ଜିଲ୍ଲା ମାନଙ୍କରେ ମାଓ କାର୍ଯ୍ୟ କଳାପ ଓ ଚଳ ପ୍ରଚଳ ରହିଛି ସେହି ଜିଲ୍ଲା ମାନଙ୍କ ମଧ୍ୟ ରୁ ନବରଙ୍ଗପୁର ଜିଲ୍ଲା ଅନ୍ୟତମ ପଡୋଶୀ ଛତିଶଗଡ ଓ ଓଡ଼ିଶା ସୀମାନ୍ତବର୍ତୀ ଅଞ୍ଚଳ ରେ ସାଧାରଣ ଜନତା ଙ୍କୁ ଗୋଟିଏ ପଟେ ମାଓବାଦୀ ଙ୍କ ଭୟ ତ ଅନ୍ୟ ପଟେ ମାଳମାଳ CRPF କୁ ଦେଖି ଛାନିଆ ଅନୁଭବ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଭଳି ଦ୍ଵନ୍ଦ ଓ ଭୟ ଦୂର କରିବାକୁ ଏବଂ ସାଧାରଣ ଜନତା ଙ୍କୁ ସଚେତନ କରାଇବା ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଫୁଟାନଡ଼ା ଗ୍ରାମ ରେ CRPF ପକ୍ଷ ରୁ ଏକ ଯାନ ସମ୍ପର୍କ ଶିବିର ଅନୁଷ୍ଠିତ କରାଯାଇଥିଲା ।

ମାଓବାଦୀ ଙ୍କୁ ସାହାଯ୍ୟ ନକରି ସେମାନଙ୍କ କାର୍ଯ୍ୟ କଳାପ କୁ ପ୍ରୋତ୍ସାହିତ ନ କରି CRPF ଓ ଓଡିଶା ପୋଲିସ କୁ ସାହାଯ୍ୟ କରି ହାତରେ ହାତ ମିଳାଇ ସମସ୍ତ ପ୍ରକାର ସମସ୍ୟା ର ସମାଧାନ କରିବା ଦିଗରେ ଦୃଷ୍ଟି ଦେବା ଓ ଉଭୟ ଙ୍କ ଭିତରେ ରହିଥିବା ଦ୍ଵନ୍ଦ କୁ ଦୂର କରିବା ଏବଂ ସାଧାରଣ ଜନତା ଙ୍କୁ ସଚେତନା କରାଇବା ପାଇଁ କରାଯାଇଛି ଉଦ୍ୟମ । ଏହି ଶିବିର ରେ CRPF DIPG ବିଜୟ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲବେଗ, ସାଧାରଣ ଗ୍ରାମବାସୀ ଙ୍କୁ ବାଲ୍ଟି, ପୋଲିଥିନ, ସୋଲାର ଲାଇଟ୍ ଆଦି ବଣ୍ଟନ କରାଯାଇଥିଲା । ପୋଲିସ ଓ CRPF ଙ୍କୁ ପାଖରୁ ପାଇ ଗ୍ରାମବାସୀ ବହୁତ୍ ଖୁସି ଜାହିର କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ କମାନ ଅଧିକାରୀ ଆଲୋକ ଅବସ୍ତି ଓ CRPF କମାଣ୍ଡେଣ୍ଟ ପ୍ରୋମଦ କୁମାର ସାହୁ ଙ୍କ ସହ ବହୁ ଅଧିକାରୀ, ରାଇଘର ଥାନା ଅଧିକାରୀ , ରାଇଘର ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment